ସଂପୂର୍ଣ୍ଣ ମାଗଣାରେ ପାଠ ପଢିପାରିବେ ପିଲା, ଲାଗିବନି ୧ ଟଙ୍କା, ଏହି ସରକାରୀ ଯୋଜନା ବିଷୟରେ ଜାଣନ୍ତୁ
ପାଠ ପଢିବା ପାଇଁ ଖର୍ଚ୍ଚ ହେବନି ଗୋଟିଏ ଟଙ୍କା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବିଗତ କିଛି ବର୍ଷରେ ସ୍କୁଲର ଫିସ ଏତେ ପରିମାଣରେ ବଢିଗଲାଣି ଯେ, ଅଭିଭାବକମାନେ ପିଲାଙ୍କୁ ପଢାଇବା ଲାଗି ଅସମର୍ଥ ଅନୁଭବ କରୁଛନ୍ତି ।
ତେବେ ଏଥିପାଇଁ ଦେଶରେ ଅନେକ ମାଗଣା ସରକାରୀ ଯୋଜନା ଆରମ୍ଭ ହୋଇଯାଇଛି । ଏହା ଦ୍ୱାରା ଭାରତର ପ୍ରତି ଶିଶୁ ସାକ୍ଷର ହେବାର ସ୍ୱପ୍ନ ହାସିଲ କରିପାରିବେ । ଏହି ଯୋଜନା ପାଇଁ କିଛି ସର୍ତ୍ତ ମଧ୍ୟ ଧାର୍ଯ୍ୟ କରାଯାଇଛି ।
ସର୍ବ ଶିକ୍ଷା ଅଭିଯାନ: ଏସଏସଏ ଭାରତ ସରକାରଙ୍କ ବ୍ୟାପକ ଏବଂ ଏକୀକୃତ ଏଜୁକେସନ ପ୍ରଦାନ କରିଥାଏ । ୨୦୦୧-୨୦୦୨ରେ ସମସ୍ତ ରାଜ୍ୟ ସରକାର ଏବଂ ଲୋକାଲ ସେଲ୍ଫ-ଗଭର୍ଣ୍ଣମେଣ୍ଟ ସହ ପାର୍ଟନରସିପରେ ଏହାର ଆରମ୍ଭ କରାଯାଇଥିଲା ।
ସର୍ବ ଶିକ୍ଷା ଅଭିଯାନର ଉଦ୍ଦେଶ୍ୟ ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ।
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା: ଭାରତର ସରକାର କେଜିବିଭି ଯୋଜନାକୁ ଜୁଲାଇ ୨୦୦୪ରେ ଆରମ୍ଭ କରିଥିଲେ ।
ଏହାର ଉଦ୍ଦେଶ୍ୟ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସମୁଦାୟର ଛାତ୍ରଛାତ୍ରୀଙ୍କ ପାଇଁ ରେସିଡେଣ୍ଟିଆଲ ସ୍କୁଲ ସ୍ଥାପନ କରିବା ।
ଏହା ଦ୍ୱାରା ୧୦-୧୮ ବର୍ଷର ଝିଅମାନଙ୍କୁ ଆବଶ୍ୟକ ମୁତାବକ ଢାଞ୍ଚା ଏବଂ କ୍ୱାଲିଟି ଏଜୁକେସନ ପ୍ରଦାନ କରିବା । ଏଥିରେ ୬ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ସହଜ ହୋଇଯାଇଥାଏ ।
ସମଗ୍ର ଶିକ୍ଷା: ସମଗ୍ର ଶିକ୍ଷା ଯୋଜନା ସ୍କୁଲ ଶିକ୍ଷା ପାଇଁ ଇଣ୍ଟିଗ୍ରେଟେଡ ସ୍କିମ । ଏହା ମାଧ୍ୟମରେ ପ୍ରି-ସ୍କୁଲ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆପଣ ପିଲାମାନଙ୍କୁ ପଢାଇପାରିବେ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଯେ, ସମସ୍ତ ଶିଶୁଙ୍କୁ କ୍ୱାଲିଟି ଏଜୁକେସନ ପ୍ରଦାନ କରିବା ।
ସିବିଏସଇ ଉଡାନ କାର୍ଯ୍ୟକ୍ରମ: ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟ ଅଧ୍ୟକ୍ଷତାରେ ସିବିଏସଇ ଏହି ଯୋଜନାର ଆରମ୍ଭ କରିଛି । ଏହା ଦ୍ୱାରା ଛାତ୍ରମାନଙ୍କୁ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପରୀକ୍ଷା ଅର୍ଥାତ ଜେଇଇର ପ୍ରସ୍ତୁତି ପାଇଁ ମୁକ୍ତ ସହାୟତା ପ୍ରଦାନ କରାଯାଇଥାଏ ।
ଏହି କାର୍ଯ୍ୟକ୍ରମ ଅନୁଯାୟୀ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ସ୍କୁଲ ପାଠପଢା ସହ ପ୍ରବେଶ ପରୀକ୍ଷାଗୁଡ଼ିକର ପ୍ରସ୍ତୁତ ପାଇଁ ଭର୍ଚୁଆଲ ୱିକେଣ୍ଡ କ୍ଲାସେସ ଏବଂ ପ୍ରି-ଲୋଡେଡ ଟ୍ୟାବଲେଟରେ ଷ୍ଟଡି ମାଟେରିଆଲ ଉପଲବ୍ଧ କରାଯାଇଥାଏ ।