ସିନ୍ଦୁର କାହିଁକି ଲଗାନ୍ତି ରେଖା, ନିଜେ କଲେ ଖୁଲାସା

ଯେଉଁ ଉତ୍ତର ଶୁଣିବାକୁ ଭାରତୀୟଙ୍କୁ ଅପେକ୍ଷା ଥିଲା, ତାହା ଏବେ ନିଜେ ଖୁଲାସା କରିଛନ୍ତି ଅଭିନେତ୍ରୀ ରେଖା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଏଭର ଗ୍ରୀନ ରେଖାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ମଥାରେ କାହିଁକି ସିନ୍ଦୁର ପିନ୍ଧନ୍ତି, ତାହା ଖୁଲାସା ହୋଇଛି ।

ଏହି କାରଣକୁ ରେଖା ନିଜେ ଖୁଲାସା କରିଛନ୍ତି । ସେ ବିବାହିତା କି ଅବବିବାହିତା ଏପର୍ଯ୍ୟନ୍ତ ଜାଣପଡିନଥିଲେ ସୁଦ୍ଧା, ସେ ସବୁବେଳେ ମଥାରେ ସିନ୍ଦୁର ଲଗାଇ ସଧବା ନାରୀ ଭଳି ରହିଥାଆନ୍ତି ।

ଏ ନେଇ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରେ ଯେ, ରେଖା କାହା ପାଇଁ ସିନ୍ଦୁର ଲଗାଉଛନ୍ତି, ଏବଂ ତାଙ୍କ ସ୍ୱାମୀ କିଏ । ତେବେ ବର୍ତ୍ତମାନ ସେହି ସନ୍ଦେହ ଦୂର ହୋଇଛି, ଆସନ୍ତୁ ଜାଣିବା..

ଏହି ଉତ୍ତର ଦେଲେ ରେଖା: ରାଷ୍ଟ୍ରପତି ନୀଲମ ସଞ୍ଜୀବ ଏକଦା ରେଖାଙ୍କୁ ପଚାରିଥିଲେ ଯେ, ଆପଣ ମଥାରେ ସିନ୍ଦୁର କାହିଁକି ପିନ୍ଧିନ୍ତି? ଏହି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ରେଖା ଏହି ପ୍ରଶ୍ନର ଉତ୍ତର ରଖିଥିଲେ ।

ସେ କହିଥିଲେ ଯେ, ମୁଁ ଯେଉଁ ସହର ଯାଏ, ସେଠାରେ ସିନ୍ଦୁର କିଣି ମଥାରେ ଲଗାଇବା ବହୁତ ସାଧାରଣ କଥା.. ଏହା ଏକ ଫ୍ୟାଶନ ।