ବାରିପଦା: ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଡିମିଆ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଯୁବକଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି।
ସୂଚନା ମୁତାବକ, ଗୋଟିଏ ବାଇକରେ ଯାତ୍ରା କରୁଥିଲେ ଏହି ୩ ଯୁବକ। ଭୀମମେଳା ଘଟ ଉତ୍ତୋଳନରୁ ଫେରୁଥିଲେ ସମସ୍ତେ। ଏହି ସମୟରେ ହଠାତ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଫଳରେ ୩ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।