Breaking: ସାନ ଭାଇକୁ ଗୁଳି କରିଦେଲା ବଡ଼ ଭାଇ, ଘଟଣାସ୍ଥଳରେ ମୃତ୍ୟୁ
ବଡ଼ ଭାଇ ଗୁଳିରେ ପ୍ରାଣ ହରାଇଲା ସାନ ଭାଇ। ପୂର୍ବ ଶତ୍ରୁତାରୁ ହତ୍ୟା। ବଡ଼ ଭାଇ ଗିରଫ
ଭବାନୀପାଟଣା: ପୁଣି ଏକ ଗୁଳିକାଣ୍ଡ। ସାନ ଭାଇକୁ ନିର୍ମମ ଭାବେ ଗୁଳି ମାରି ହତ୍ୟା କଲା ବାପା ସମାନ ବଡ଼ ଭାଇ। ବଡ଼ ଭାଇର ଗୁଳି ମାଡରେ ଟଳି ପଡ଼ିଲା ସାନ ଭାଇ। ଘଟଣା ସ୍ଥଳରେ ପୋଲିସର ଛାନଭିନ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟା ହୋଇଥିବା ସୂଚନା। ଘଟଣା ଘଟିଛି ଲାଞ୍ଜିଗଡ଼ ବିଶ୍ୱନାଥପୁର ଥାନା ଦେହେଡା ଗାଁରେ। ପୂର୍ବରୁ ଦୁଇ ଭାଇଙ୍କ ଭିତରେ କଳହ ଲାଗି ରହିଥିଲା। ଆଉ ରାଗ ରଖି ଆଜି ସାନ ଭାଇ ଉପରକୁ ଗୁଳି ଚଳାଇଥିଲା ବଡ଼ ଭାଇ।
ଫଳରେ ଘଟଣା ସ୍ଥଳରେ ହିଁ ଟଳିପଡିଥିଲା ସାନ ଭାଇ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇକୁ ଗିରଫ କରିଛି ପୋଲିସ।