ଛତିଶଗଡ଼ ବୀଜାପୁରରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା
ଛତିଶଗଡ଼ ବୀଜାପୁରର ଜଙ୍ଗଲରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: ଛତିଶଗଡ଼ର ବୀଜାପୁରରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୩୧ ଜଣ ମାଓବାଦୀଙ୍କୁ ନିହତ କରିଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀର ଦୁଇ ଯବାନ ମଧ୍ୟ ସହିଦ ହୋଇଛନ୍ତି ।
ଏହି ଏନକାଉଣ୍ଟର ବୀଜାପୁରର ନେସନାଲ ପାର୍କ ଅନ୍ତର୍ଗତ ଜଙ୍ଗଲରେ ଘଟିଛି । ବସ୍ତର ପୋଲିସ ମୁତାବକ, ଏନକାଉଣ୍ଟରରେ ୩୧ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ଜଙ୍ଗଲରେ ରବିବାର ଦିନ ମୁହାଁମୁହିଁ ଆରମ୍ଭ ହୋଇଥିଲା ।
ପ୍ରଥମରୁ ମିଳିଥିବା ସୂଚନା ମୁତାବକ, ଏହି ମୁହାଁମୁହିଁରେ ୧୨ ଜଣ ନକ୍ସଲ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ବର୍ତ୍ତମାନ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟି ୩୧ରେ ପହଞ୍ଚିଛି ।