ଯାଜପୁର ରୋଡରେ ବିଭତ୍ସ ହତ୍ୟାକାଣ୍ଡ… ଷ୍ଟୁଡିଓ ଭିତରେ ପଶି ହତ୍ୟା

ଲୁଟି କଲେ ମାଲିକଙ୍କୁ ହାଣିଦେଲେ । ନେଇଯାଇଛନ୍ତି କ୍ୟାମେରା, କମ୍ପ୍ୟୁଟର ।

ଯାଜପୁର: ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡ଼ରେ ଥିବା ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ଭିତରୁ ମିଳିଛି ରକ୍ତ ଭିଜା ମାଲିକଙ୍କ ମୃତଦେହ । ମୃତ ଯୁବକଙ୍କ ନାମ ଦୀପକ କୁମାର ସାହୁ । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଷ୍ଟୁଡିଓ ଭିତରେ ପଶି ଦୀପକଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଲୁଟିଲେ, ହାଣିଲେ: ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସାଇଣ୍ଟିଫିକ୍ ଟିମ୍ ଏବଂ ଅନୁସନ୍ଧାନକାରୀ କୁକୁର ଦ୍ୱାରା ପୋଲିସ ରଦନ୍ତ ଆରମ୍ଭ କରିଛି । ଷ୍ଟୁଡ଼ିଓ ନିକଟରେ ଦୀପକଙ୍କ ଘର । ଗତକାଲି ରାତିରେ ଘରୁ ଖାଇସାରି ଆସି ଷ୍ଟୁଡିଓରେ ଶୋଇଥିଲେ । ଦୁର୍ବୃତ୍ତମାନେ ଦୀପକଙ୍କୁ ହତ୍ୟା କରିବା ସହ ଷ୍ଟୁଡିଓରେ ଥିବା କ୍ୟାମେରା, କମ୍ପ୍ୟୁଟର ସମେତ ଷ୍ଟୁଡିଓଗ୍ରାଫିରେ ବ୍ୟବହୃତ ଜିନିଷ ନେଇ ଚମ୍ପଟ ମାରିଥିବା ପୋଲିସ କହିଛି ।

ଯାଜନୁର ରୋଡ୍ ଥାନା ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଅନୁଧ୍ୟାନ କରୁଛି । ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ପୋଲିସ ଧରିବା ନେଇ ପ୍ରତିଶ୍ରୁତି ଦେଇଛି ।