Breaking: କାହିଁକି ମ୍ୟାଚ୍ ଅଧାରୁ ଲାଇଟ୍ ବନ୍ଦ ହେଲା? ଏତିକି ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଆଇ ମ୍ୟାଚ୍ବେଳେ ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ସେ ନେଇ ୧୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି ।

ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଯୋଗୁ ୩୦ ମିନିଟ୍ କାଳ ବନ୍ଦ ରହିଥିଲା ମ୍ୟାଚ୍ । ଏ ପ୍ରକାର ବିଭ୍ରାଟ ପାଇଁ କିଏ ଦାୟୀ? ସେ ନେଇ ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି ।