(Video) ମମତା କୂଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ପଦରୁ ଦେଲେ ଇସ୍ତଫା, ପୋଷ୍ଟ କଲେ ଭିଡିଓ
ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୂଲକର୍ଣ୍ଣୀ
ନୂଆଦିଲ୍ଲୀ: ମମତା କୂଲକର୍ଣ୍ଣୀ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଇଛନ୍ତି। ଏହି କଥାର ଘୋଷଣା ସେ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସ୍ପଷ୍ଟ କରିଛନ୍ତି।
ମମତା କୂଲକର୍ଣ୍ଣୀ କହିଛନ୍ତି, “ମୁଁ ମହାମଣ୍ଡଳେଶ୍ୱର, ୟାମାଇ ମମତା ନନ୍ଦଗିରୀ, ମୁଁ ଏହି ପଦରୁ ଇସ୍ତଫା ଦେଉଛି। ଆଜି କିନ୍ନର ଗୋଷ୍ଠୀ ବା ଦୁଇ ଗୋଷ୍ଠୀଙ୍କୁ ମୋତେ ନେଇ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ମୁଁ ୨୫ ବର୍ଷରୁ ଜଣେ ସାଧୁ ଥିଲି ଏବଂ ସର୍ବଦା ସାଧୁ ହିଁ ରହିବି।
ମୋତେ ମହାମଣ୍ଡଳେଶ୍ୱରର ସମ୍ମାନ ଦିଆଯାଇଥିଲା। ହେଲେ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ସାଜିଛି। ମୁଁ ବଲିଉଡକୁ ୨୫ ବର୍ଷ ପୂର୍ବେ ଛାଡ଼ିଦେଇଥିଲି।”
View this post on Instagram