ସୋର: ବାଲେଶ୍ୱର ସୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍କୁଲର ଛାତ୍ରଛାତ୍ରୀମାନେ କୃମୀ ଔଷଧ ଖାଇ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ମୁତାବକ, କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ସ୍କୁଲର ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି।
ବାନ୍ତି ଝାଡ଼ା ହେବାରୁ ୬ ଜଣ ଅସୁସ୍ଥ ଛାତ୍ରଛାତ୍ରୀ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ ପିଲାମାନଙ୍କ ଚିକିତ୍ସାରେ ଲାଗିପଡିଛନ୍ତି।