ଭୁବନେଶ୍ୱର: ରାଜ୍ୟକୁ ପ୍ରବେଶ କରୁଛି ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିଲା ରାତି ତାପମାତ୍ରା ।
ରାତି ତାପମାତ୍ରା ବୃଦ୍ଧି ସହ ଶୀତ ପ୍ରକୋପ ହ୍ରାସ ସମ୍ଭାବନା । ଗୁରୁଚାପ ବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ।
ଜାନୁଆରୀ ମାସ ଶେଷ ବେଳକୁ ଶୀତ ପ୍ରକୋପ ପୂର୍ବ ଅପେକ୍ଷା କମିଯାଇଛି । ତାପମାତ୍ରା ବଢ଼ିବା ସହ ସାମାନ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବାରେ ଲାଗିଛି ।
ସନ୍ଧ୍ୟାବେଳା ହାଲୁକା ପବନ ହେବା ସହ ଥଣ୍ଡା ଅନୁଭୂତ ହେଉଛି । କିନ୍ତୁ ଉଷ୍ମ ଜଳୀୟବାଷ୍ପ ଯୋଗୁ ଏଥିରେ ପରିବର୍ତ୍ତନ ଦେଖାଯିବ ।