ଆଜିଠାରୁ ଆରମ୍ଭ ହେଲା ପ୍ରସିଦ୍ଧ ଯୋରନ୍ଦା ମାଘମେଳା, ପୂଜାର୍ଚ୍ଚନାରେ ପ୍ରକମ୍ପିତ ହେଲାଣି ମହିମା ଗାଦି
ସନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବେ । ଲାଗିଲାଣି ଭକ୍ତଙ୍କ ଗହଳି ।
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବେ ।
ସନ୍ଧ୍ୟା ୫ଟା ୨୦ ମିନିଟରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ଗାଦି ମନ୍ଦି, ଧୁନି ମନ୍ଦିରଳ ଶୂନ୍ୟ ମନ୍ଦିର ଓ ଅନ୍ୟନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ୱଳନ ପାଇଁ ବୃହତ୍ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତ କରାଯାଇଛି ।
ସୁବ୍ୟବସ୍ଥା: ଆଜି ଚତୁର୍ଦ୍ଦଶୀ ବୁଧବାର ମାଘ ପୂର୍ଣ୍ଣିମା ୨ ଦିନ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ଝାଡ଼ ଜଳିବ । ପୁୂର୍ଣ୍ଣମୀ ପରଦିନ ଗୁରୁବାର ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ସୂଚନା ଦିଆଯାଇଛି ।
ବକ୍କଳଧାର ଓ କୌପୀନଧାରୀ ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି ।
ସୋମବାର ସନ୍ଧ୍ୟା ସୁଦ୍ଧା ୨୦ ହଜାରରୁ ଅଧିକ ସାଧୁ, ସନ୍ଥଙ୍କ ସମାଗତ ହୋଇଥିଲା । ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନ ଖୋଲାଯାଇଛି । ଉଭୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମେଳାର ସୁପରିଚାଳଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।