ଆଜି ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ

ପୁରୀରେ ଆଜି ବସିବ ପଞ୍ଜିକା ସମୀକରଣ ବୈଠକ

ପୁରୀ: ଆଜି ପୁରୀରେ ବସିବ ପଞ୍ଜିକା ସମୀକରଣ ବୈଠକ। ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକାରେ ଥିବା ତ୍ରୁଟିକୁ ନେଇ ବସିବ ଏହି ବୈଠକ। ଏହି ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବ।

ଦିନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ବସିବ। ବିଭିନ୍ନ ପଞ୍ଜିକାରେ ତ୍ରୁଟି ନେଇ ପୂର୍ବରୁ ବିବାଦ ଦେଖାଦେଇଛି। ତେବେ ଏହି ବୈଠକରେ ନୀତି ପ୍ରଶାସକଙ୍କ ସହ ପଞ୍ଜିକାର, ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ସରସ୍ୱତୀ ପୂଜା କେତେ ତାରିଖରେ ପାଳନ କରାଯିବ ବୋଲି ଦ୍ୱନ୍ଦ୍ୱ ରହିଥିଲା। ଫେବୃଆରୀ ୨ ନା ଫେବୃଆରୀ ୩, ଏ ନେଇ ଦ୍ୱନ୍ଦ୍ୱ ରହିଥିଲା। ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏନେଇ ବିବାଦ ଦେଖାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଧାର୍ଯ୍ୟ ହୋଇଥିଲା ଯେ, ସରସ୍ୱତୀ ପୂଜା ୨ ତାରିଖରେ ପାଳନ କରାଯିବ।