Big Breaking: ବର୍ଷ ବର୍ଷର ରେକର୍ଡ ଭାଙ୍ଗିଲା ସୁନା ଦର, ୮୦ ହଜାର ପାର୍ କଲା ୨୨ କ୍ୟାରେଟ୍ ସୁନା

ଭୁବନେଶ୍ୱର: ଦେଶରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା । ୨୨ କ୍ୟାରେଟ୍ ସୁନା ୮୦ ହଜାର ପାର୍ କଲା ।

୨୪ କ୍ୟାରେଟ୍ ସୁନାର ଦାମ୍ ୮୭ ହଜାର ୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ୬୦୦ ଟଙ୍କା ରହିଛି ।

୨୪ କ୍ୟାରେଟ୍ ସୁନା ଦର ୮୭୦ ଟଙ୍କା ବଢ଼ିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୮୦୦ ଟଙ୍କା ବଢ଼ିଛି ।

କ୍ରମାଗତ ଭାବେ ସୁନା ଦର ବଢ଼ିବା ପରେ ଆଗାମୀ ଦିନରେ ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁବ ବୋଲି ଆଶଙ୍କା କରାଯାଉଛି ।