Promise Day: ପ୍ରତିଜ୍ଞା ନାହିଁ ତ ପ୍ରେମର ମାନେ ନାହିଁ, ସମ୍ପର୍କକୁ ନିବିଡ଼ କରିବା ପାଇଁ ଜାଣନ୍ତୁ ‘ପ୍ରମିସ୍ ସୂତ୍ର’

ପ୍ରମିସ ଡେ’ରେ ଜାଣନ୍ତୁ ପ୍ରମିସ୍ ସୂତ୍ର । ଏହାକୁ ମାନିଲେ ପାର୍ଟନର ହେବେ ଅଧିକ ଖୁସି ।

ଓଡ଼ିଶା ଭାସ୍କର: ଚାଳିଛି ପ୍ରେମର ସପ୍ତାହ । ଆଜି ଯୁବପିଢ଼ି ପାଳୁଛନ୍ତି ପ୍ରମିସ୍ ଡେ’ । ଉଭୟ ପ୍ରେମିକା ଏବଂ ପ୍ରେମିକ ପରସ୍ପର ସହିତ ଏକାଠି ରହିବାର ପ୍ରତିଜ୍ଞା ଆଜିର ଦିନରେ ନିଅନ୍ତି ।

କେବଳ ପ୍ରେମୀ ଯୁଗଳ କାହିଁକି ସ୍ୱାମୀ-ସ୍ତ୍ରୀ ମଧ୍ୟ ଆଜିର ଦିନରେ ପରସ୍ପରକୁ କିଛି ନୂଆ ପ୍ରତିଜ୍ଞା ଦେଇପାରିବେ । ଯାହା ସେମାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରିବ । ଚାଲନ୍ତୁ ଜାଣିବା ମୁଖ୍ୟ ୩ ପ୍ରମିସ୍ ସମ୍ପର୍କରେ, ଯାହା ପ୍ରତ୍ୟେକ ପ୍ରେମିକ ନିଜ ପାର୍ଟନରଙ୍କୁ କରିବା ଆବଶ୍ୟକ ।

ସମ୍ମାନ: ଯୁବପିଢ଼ି ପ୍ରେମ ତ କରୁଛନ୍ତି କିନ୍ତୁ ପରସ୍ପରକୁ ସମ୍ମାନ ଦେବା ଭୁଲିଯାଉଛନ୍ତି । ପ୍ରେମରେ ଥିଲେ ବି କୌଣସି ବ୍ୟକ୍ତି ନିଜ ସମ୍ମାନ ହରାଇବାକୁ ଚାହେଁ ନାହିଁ । ସେଥିପାଇଁ ପ୍ରେମୀ ଯୁଗଳ ଆଜିର ଦିନରେ ପରସ୍ପରକୁ ରେସ୍ପେକ୍ଟ ଦେବାର ପ୍ରତିଶୃତି ନେବା ଜରୁରୀ ।

ସମୟ ଦେବା: ଯେ କୌଣସି ଜିନିଷରେ ଆମେ ଅଧିକ ସମୟ ବିନିଯୋଗ କରିବା ତା’ ବିଷୟରେ ଆବେ ଅଧିକ ଜାଣିପାରିବା । ସେଥିପାଇଁ ଉଭୟ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ସମୟ ଦେବା ଉଚିତ୍ । ଯାହାଫଳରେ ସେମାନେ ପରସ୍ପର ବିଷୟରେ ଅଧିକ ଜାଣିପାରିବେ ଯାହା ସେମାନଙ୍କ ସମ୍ପର୍କକୁ ଅଧିକ ମଜଭୁତ କରିବ ।

ସହଯୋଗ: ପ୍ରତ୍ୟେକ ପାର୍ଟନରଙ୍କୁ ସେମାନଙ୍କ ପାର୍ଟନରଙ୍କ ସପୋର୍ଟ ଦରକାର । ଯେ କୌଣସି ପରିସ୍ଥିତି ହେଲେ ବି ଉଭୟେ ପରସ୍ପରର ସପୋର୍ଟ ଦରକାର କରନ୍ତି । ସେଥିପାଇଁ ପ୍ରେମିକା ଓ ପ୍ରେମିକଙ୍କ ମଧ୍ୟରେ ଏ ଚିନ୍ତାଧାରା ରହିବା ଅତ୍ୟନ୍ତ ଜରୁରୀ, ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନେ ପରସ୍ପରର ସପୋର୍ଟ କରିବେ ।