ଫିଲ୍ମରେ ରୋଲ୍ ଦେବା ନାଁ ରେ ଠକେଇ, ଜାଣନ୍ତୁ କିପରି ବଞ୍ଚିବେ

ଜାଣନ୍ତୁ ଫିଲ୍ମରେ ରୋଲ୍ କରିବା ପ୍ରତିଶ୍ରୁତି ଦେଇ କିପରି ଠକୁଛନ୍ତି ସ୍କାମର୍ସ

ନୂଆଦିଲ୍ଲୀ: ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀ ହେବାର ଇଚ୍ଛା ରଖୁଥିବା ଯୁବକ ଏବଂ ଯୁବତୀଙ୍କ ସହ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ଠକେଇରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଂକଙ୍କ ଝିଅ ଫସିଯାଇଛନ୍ତି। ଆସନ୍ତୁ ଜାଣିବା କିପରି ଏଥିରୁ ବଞ୍ଚିବେ..

ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଂକଙ୍କ ଝିଅ ଆରୂଷି ନିଶଂକଙ୍କ ସହ ଠକେଇ ହୋଇଛି। ଆରୂଷିଙ୍କଠାରୁ ୪ କୋଟି ଟଙ୍କା ଠକି ନେଇଛନ୍ତି ମୁମ୍ବାଇର ମିନି ଫିଲ୍ମସ ସହ ଜଡ଼ିତ ଦୁଇଜଣ ଫିଲ୍ମ ନିର୍ମାତା, ବରୁଣ ପ୍ରମୋଦ କୁମାର ବାଗଲା ଏବଂ ମାନସୀ ବରୁଣ ବାଗଲା।

ଠକେଇରୁ କିପରି ବଞ୍ଚିବେ: ଫିଲ୍ମରେ କାମ କରିବା ପାଇଁ ଯୁବକ-ଯବତୀମାନେ ଖୁବ ପରିଶ୍ରମ କରୁଛନ୍ତି। ତେବେ ଫିଲ୍ମରେ କାମ ଦେଉଥିବା ଲୋକଙ୍କ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।

କାରଣ ଅନେକ ଲୋକେ ଠକେଇ କରିବା ଉଦ୍ଦେଶ୍ୟରେ ରହିଥାଆନ୍ତି। ଫିଲ୍ମରେ ରୋଲ ଦେବା ଲାଗି କିଏ ଯଦି ଆପଣଙ୍କୁ ଟଙ୍କା ମାଗୁଛି, ତେବେ ଏହା ବିଲକୁଲ କରନ୍ତୁ ନାହିଁ।

କାରଣ ଫିଲ୍ମ ପ୍ରଡକ୍ସନ କମ୍ପାନୀଗୁଡ଼ିକ ଯେବେ କୌଣସି ଫିଲ୍ମ କରନ୍ତି, ସେମାନେ ଏଥିପାଇଁ ଅଡିସନ କରାନ୍ତି। ଯେଉଁଥି ପାଇଁ ଅନେକ ସାରା ଏଜେନ୍ସି ଏଥିରେ ରହିଥାଆନ୍ତି।

ସେଠାରେ ଆପଣଙ୍କୁ ଟଙ୍କା ମଗାଯାଇ ନଥାଏ। ସେଠାକୁ ଯାଇ ଆପଣ ଅଡିସନ ଦେଇପାରିବେ। ଯଦି ଆପଣ ସିଲେକ୍ଟ ହୁଅନ୍ତି, ତେବେ ଆପଣଙ୍କୁ ଫିଲ୍ମରେ ରୋଲ ମିଳିବ।