ଏ ମହଙ୍ଗା ଯୁଗରେ ପ୍ରତିଦିନ ବିମାନରେ ଅଫିସ ଯିବାଆସିବା କରନ୍ତି ମହିଳା, କାରଣ ଜାଣିଲେ କରିବେ ପ୍ରଶଂସା…

ଯେକୌଣସି ମହିଳାଙ୍କ ପାଇଁ ଘର ଏବଂ ଅଫିସ୍ ଏକା ସମୟରେ ପରିଚାଳନା କରିବା ଏକ ବଡ଼ କଥା ଏବଂ କଷ୍ଟଦାୟକ ମଧ୍ୟ। ଅନେକ ମହିଳା ଏଥିରୁ କ୍ଳାନ୍ତ ହୋଇଚାକିରି ଛାଡ଼ିଦିଅନ୍ତି। କିଛି ଲୋକ ଅଛନ୍ତି, ଯେଉଁମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ସେମାନଙ୍କର ଦାୟିତ୍ୱ ପୂରଣ କରନ୍ତି। ଆଜିକାଲି ଏପରି ଜଣେ ମହିଳାଙ୍କ କାହାଣୀ ସାମ୍ନାକୁ ଆସିଛି। ଯାହାକୁ ଦୁନିଆ ବର୍ତ୍ତମାନ ସୁପର ଟ୍ରାଭେଲର୍ ବୋଲି କହୁଛି। ତାଙ୍କ କାହାଣୀ ଜାଣି ଆପଣ ବୁଝିଯିବେ ଯେ, କିପରି ପରିବାର ଏବଂ ଅଫିସ୍ ଏକା ସମୟରେ ପରିଚାଳନା କରିବେ।

ଆମେ ମାଲେସିଆରେ ରହୁଥିବା ରେଶେଲ କୌରଙ୍କ ବିଷୟରେ କହୁଛୁ, ଭାରତୀୟ ବଂଶୋଦ୍ଭବ ଏହି ମହିଳା କିପରି ଘର ଏବଂ ଅଫିସ୍ ମଧ୍ୟରେ ସନ୍ତୁଳନ ବଜାୟ ରଖିଛନ୍ତି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରେଶେଲ ସପ୍ତାହରେ ପାଞ୍ଚ ଦିନ ଅଫିସକୁ ଯାଆନ୍ତି ଏବଂ ଏଥିପାଇଁ ସେ ପ୍ରତିଦିନ ରାତି ୪ଟାରୁ ଉଠନ୍ତି ଏବଂ ପ୍ରସ୍ତୁତ ହୋଇ ଅଫିସ ଚାଲିଯାଆନ୍ତି। ରେଶେଲ ଏୟାର ଏସିଆର ଫାଇନାନ୍ସ ଅପରେସନ୍ ବିଭାଗରେ ଆସିଷ୍ଟାଣ୍ଟ ମ୍ୟାନେଜର ଅଟନ୍ତି।

ସେ କାହିଁକି କରନ୍ତି?
ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ପ୍ରତିଦିନ ମାଲେସିଆରୁ ବିମାନ ନେଇ ସିଙ୍ଗାପୁର ଯାଆନ୍ତି ଏବଂ କାମ ଶେଷ କରିବା ପରେ ନିଜ ଘରକୁ ଫେରି ଆସନ୍ତି। ତାଙ୍କର ଯାତ୍ରା ବିଷୟରେ ସେ କହିଛନ୍ତି ଯେ, ଏହା କେବଳ ଶସ୍ତା ନୁହେଁ, ବରଂ ଏହା ତାଙ୍କ ପିଲାମାନଙ୍କ ସହିତ ଘରେ ସମୟ ବିତାଇବାର ସୁଯୋଗ ମଧ୍ୟ ଦେଇଥାଏ, ଯାହା ଏକ ମା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ କଥା ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଦୁଇଟି ସନ୍ତାନ ଅଛନ୍ତି। ସେ ଦୁହେଁ ବଡ ହୋଇଛନ୍ତି ଏବଂ ମୁଁ ଅନୁଭବ କରୁଛି ଯେ, ଜଣେ ମା ପିଲାମାନଙ୍କ ପାଖରେ ରହିବା ଉଚିତ। ମୁଁ  ଏହା କରିବାକୁ ସକ୍ଷମ, ଏହା ମୋ ପାଇଁ ବହୁତ ଖୁସି ଆଉ ଆରାମଦାୟକ ଅଟେ।

ସେ କହିଛନ୍ତି, ଏହା ନୁହେଁ ଯେ ମୁଁ ଏହା ଆରମ୍ଭରୁ କରିଥିଲି, ପୂର୍ବରୁ ମୁଁ କୁଆଲାଲମ୍ପୁରରେ ଥିବା ମୋ ଅଫିସରେ ରହୁଥିଲି, ଯାହା ମୋ ପାଇଁ ବହୁତ ମହଙ୍ଗା ଥିଲା ଏବଂ ମୁଁ ସପ୍ତାହରେ ଥରେ ମୋ ପିଲାମାନଙ୍କୁ ଭେଟିପାରେ। ଯାହା ପରେ ମୁଁ ମୋ ଘରୁ ପ୍ରତିଦିନ ଅପ୍ ଡାଉନ୍ କରିବାକୁ ଚିନ୍ତା କଲି ଏବଂ ଏଥିପାଇଁ ମୁଁ ରାତି ୪ଟାରୁ ଉଠି ୫.୫୫ରେ ବିମାନ ନେଇ ଅଫିସରେ ପହଞ୍ଚିବା ପାଇଁ ଏବଂ ସନ୍ଧ୍ୟାରେ ଅନ୍ୟ ଏକ ବିମାନ ଧରି ୮ଟା ସୁଦ୍ଧା ଘରେ ପହଞ୍ଚିଯାଏ ।