ସରିିବ ଭୁବନେଶ୍ୱରିଆଙ୍କ ମେଳା ବୁଲା, ବିଦାୟନେବେ ସାଧୁସନ୍ଥ

ଫାଙ୍କା ହେବ ଖଣ୍ଡଗିରି ରାସ୍ତା । କିନ୍ତୁ ଦୋକାନ ବଜାର ରହିବ ଖୋଲା ।

ଭୁବନେଶ୍ୱର: ଖଣ୍ଡଗିରି ମେଳାର ଆଜି ହେଉଛି ଶେଷ ସନ୍ଧ୍ୟା । କାଲିଠାରୁ ଖଣ୍ଡଗିରି ରାସ୍ତାରେ ଆଉ ଦେଖିବାକୁ ମିଳିବନି ଭିଡ଼ କି ଗହଳି । ଫାଙ୍କା ହୋଇଯିବ ରାସ୍ତାଘାଟ ।

ଦୀର୍ଘ ୮ ଦିନ ଧରି ଚାଲିଥିବା ଐତିହାସିକ ଖଣ୍ଡଗିରି ମେଳା ଆଜି ଶେଷ ହେବ । ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ମେଳା ଶେଷ ହେଲା ପରି ଚଳିତ ଥର ମଧ୍ୟ ସମାନ ଭାବେ ଶେଷ ହେବାକୁ ଯାଉଛି ।

ଦୋକାନ ରହିବ: ମାଘ ସପ୍ତମୀରୁ ଆରମ୍ଭ ହୋଇଥିଲା ଖଣ୍ଡଗିରିମେଳା । ଉଦ୍ୟାବନୀ ଉତ୍ସବରେ ଯଜ୍ଞସ୍ଥଳରେ ଅଗ୍ନିଉତ୍ସବ ପାଳନ କରାଯିବ । ମେଳା ସରିବା ପରେ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥମାନେ ନିଜସ୍ୱ ସ୍ଥାନକୁ ଫେରିଯିବେ । କିନ୍ତୁରେ ଦୋକାନ ବଜାର କିଛିଦିନ ଖୋଲା ରହିବ ବୋଲି କୁହାଯାଉଛି ।

ମେଳାରେ ପଡ଼ିଥିବା ଭଳି କି ଭଳି ଦୋକାନ ବଜାର ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ବିଭିନ୍ନ ରାଜ୍ୟରୁ ବେପାରୀ ଆସି ଷ୍ଟଲ ଖୋଲିଥିବାବେଳେ ସେମାନଙ୍କର ବେପାର ଭଲ ହେଉଛି । ବିଶେଷ କରି ରାଜସ୍ଥାନ ଷ୍ଟଲ ଉପରେ ଲୋକଙ୍କ ଅଧିକ ନଜର ରହୁଛି । ରାଜସ୍ଥାନୀ ବ୍ୟାଗ୍ କିଣିବାକୁ ପସନ୍ଦ କରୁଛନ୍ତି ଲୋକେ ।

ମେଳା ବୁଲା: ଅନ୍ୟପଟେ ଭଳି କି ଭଳି ଖାଇବା ଷ୍ଟଲ ମଧ୍ୟ ଖାଦ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି । ମଥୁରା କେକ୍ଠାରୁ ଆରମ୍ଭ କରି ଠୁଙ୍କାପୁରି ସବୁ ଖାଦ୍ୟ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି । ଯାତ୍ରା ପାଇଁ ମଧ୍ୟ ଲୋକଙ୍କ ଆଗ୍ରହ କିଛି କମ୍ ନୁହେଁ । କାରଣ ବହୁ ଦୂର ସ୍ଥାନରୁ ଯାତ୍ରା ଦେଖିବା ପାଇଁ ଲୋକେ ଖଣ୍ଡଗିରି ମେଳାରେ ପହଞ୍ଚୁଛନ୍ତି ।