ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ମହନ୍ତ ସତେନ୍ଦ୍ର ଦାସଙ୍କ ବିୟୋଗ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।
ଷ୍ଟ୍ରୋକ୍ ଯୋଗୁ ସତେନ୍ଦ୍ରଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ମଙ୍ଗଳବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ହସ୍ପିଟାଲ ଯାଇ ସତେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
ବାର୍ଦ୍ଧକ୍ୟ ଯୋଗୁ ରୋଗଗ୍ରସ୍ତ ସାଙ୍ଗକୁ ମଧୁମେହ ଓ ରକ୍ତ ଚାପ ରୋଗରେ ପୀଡ଼ିତ ଥିଲେ ସତେନ୍ଦ୍ର । କିଏ ଏବେ ରାମ ଲଲାଙ୍କ ମୁଖ୍ୟ ପୂଜକ ଦାୟିତ୍ୱ ନେବ ତାକୁ ନେଇ ବଡ଼ ପ୍ରଶ୍ନବାସୀ ସୃଷ୍ଟି ହୋଇଛି ।