ଏଣିକି ଦେଶରେ ଚାଲିବନି ୮୦୫ ଆପ୍ସ ଓ ୩୩୬୬ ୱେବସାଇଟ, ସରକାର କଲେ ବ୍ୟାନ

ଦେଶର ୮୦୫ ଆପ୍ସକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ: ଆପ୍ସକୁ ନେଇ ବଡ଼ ଖବର। ବର୍ତ୍ତମାନ ସରକାର ୮୦୫ଟି ଆପ୍ସକୁ ବ୍ୟାନ କରିଛନ୍ତି। ଏଥିସହ ୩ ହଜାର ୨୬୬ଟି ୱେବସାଇଟକୁ ମଧ୍ୟ ବନ୍ଦ କରିଛନ୍ତି। ଏହି ଆପ୍ସ ଏବଂ ୱେବସାଇଟ ବର୍ତ୍ତମାନ ଭାରତରେ ଚାଲିବନି। ଏହାକୁ ଚଳାଇବା ପାଇଁ ସକ୍ଷମ ହେବେନି ୟୁଜର୍ସ।

ଜାତୀୟ ସୁରକ୍ଷା କାରଣରୁ ଭାରତ ସରକାର ଏହି ଆପ୍ସ ଏବଂ ୱେବସାଇଟକୁ ବ୍ୟାନ କରିଛନ୍ତି। ସଂସଦୀୟ ସମିତି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ସୂଚନା ଜାରି କରିଛନ୍ତି।