Gullian Barre Syndrome: ମୁମ୍ବାଇରେ ପ୍ରଥମ ମୃତ୍ୟୁ, ଗଲାଣି ୮ ଜଣଙ୍କ ଜୀବନ

ମୁମ୍ବାଇରେ ଗୁଲିୟନ୍ ବାର୍ ସିଣ୍ଡ୍ରୋମ ନେଲା ପ୍ରଥମ ଜୀବନ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ଆଠକୁ ବୃଦ୍ଧି ।

ମୁମ୍ବାଇ: ଗୁଲିୟନ୍ ବାର୍ ସିଣ୍ଡ୍ରୋମ (GBS) ଯୋଗୁଁ ମୁମ୍ବାଇରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସ୍ଥିତ ନାୟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

GBS ଭୂତାଣୁରେ ସଂକ୍ରମିତ ହେବା ପରେ ବ୍ୟକ୍ତି ଜଣଙ୍କ ଭେଣ୍ଟିଲେଟରରେ ଥିବା ସୂଚନା । ଏହା ସହ ମହାରାଷ୍ଟ୍ରରେ GBS ଭୂତାଣୁରେ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ମୃତ ବ୍ୟକ୍ତି କିଏ: ମୃତ ବ୍ୟକ୍ତି ହେଉଛନ୍ତି ଭଦାଲା ବାସିନ୍ଦା । ସେ ବ୍ରିହନ ମୁମ୍ବାଇ ମୁନିସିପାଲ କର୍ପୋରେସନ୍ ବି ଏନ୍ ଦେଶାଇ ହସ୍ପିଟାଲରେ ୱାର୍ଡ଼ ବୟ ଭାବେ କାମ କରୁଥିଲେ ।

କହିରଖୁଛୁ ମୃତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଦୀର୍ଘ ଦିନ ଧରି ସ୍ନାୟୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଏହି ଭାଇରସ ସିଧାସଳଖ ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ । ଏହି କାରଣରୁ ଶରୀରର କିଛି ଅଂଶ ହଠାତ୍ ନିଷ୍କ୍ରିୟ ହୋଇଯାଏ ।

ଏହାର ପ୍ରଭାବ ଯୋଗୁଁ ରୋଗୀକୁ କିଛି ଗିଳିବାରେ କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ । ଏହି ଭାଇରସ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବା ପରେ, ରୋଗୀ ପକ୍ଷାଘାତର ଶିକାର ହୋଇଯାଏ ।

ସବୁ ବୟସର ଲୋକଙ୍କୁ ଏହି ଭାଇରସ ପ୍ରଭାବିତ କରିଥଏ କିନ୍ତୁ ବୟସ୍କମାନେ ଏଥିରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

କହିରଖୁଛୁ ମୃତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଦୀର୍ଘ ଦିନ ଧରି ସସୂଚନାରୁ ପ୍ରକାଶ ବର୍ତ୍ତମାନ ନାୟର ହସ୍ପିଟାଲରେ GBS ଭୂତାଣୁରେ ସଂକ୍ରମିତ ୧୦ମ ଶ୍ରେଣୀରେ ପଢ଼ୁ୍‌ଥିବା ଜଣେ ୧୬ ବର୍ଷୀୟ ନାବାଳିକାର ଚିକିତ୍ସା ଚାଲିଛି । ସେ ପାଲଘର ନିବାସୀ ।

ଏହା ବ୍ୟତୀତ ପୁନେରେ ମଧ୍ୟ GBS ଭୂତାଣୁ ସଂକ୍ରମିତଙ୍କ ମାମଲା ୧୯୦ରୁ ଉର୍ଦ୍ଧ୍ୱ ରହିଛି । ଏବେବି ଅନେକ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି ।

GBS ଭୂତାଣୁ ଜନିତ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ମୋଡରେ ରହିଛି । ପୁଣେରେ ଏହାର ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ନୂତନ ନିର୍ଦ୍ଦେଶାବଳୀ ଜାରି କରିବା ପ୍ରୟାସ ଜାରି ରଖିଛି ।