ପେପର ଲେସ୍ ହେଲା ବିଧାନସଭା, ଏଣିକି ଟ୍ୟାବରେ ପଢିବେ ବିଧାୟକ

ଏଣିକି ବିଧାନସଭାରେ ବିଧାୟକମାନେ ଟ୍ୟାବରେ ପଢିବେ..

ଭୁବନେଶ୍ୱର: ବିଧାୟକମାନେ ବର୍ତ୍ତମାନ ସ୍ମାର୍ଟ ହେବେ। ବିଧାନସଭାରେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଲାଗିଲା ଟ୍ୟାବ।

ନେଭା ରତଫରୁ ଏହି ବ୍ୟବସ୍ଥା ବିଧାୟକଙ୍କ ପାଇଁ ହୋଇଛି। ଅନ୍ୟପଟେ ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଅଛନ୍ତି।

ଶାସକ ଦଳ ମୁଖ୍ୟ ସଚେତକ ଏବଂ ବିରୋଧୀଦଳର ମୁଖ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ସାମିଲ। ଗୃହ ସୁପରିଚାଳନା ନେଇ ବାଚସ୍ପତି ଆଲୋଚନା କରିଛନ୍ତି।