8th Pay Commission: କେବେଠୁ ହେବ ଲାଗୁ, ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖବର

ଅଷ୍ଟମ ବେତନ କେବେ ଲାଗୁ ହେବ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏହି ଖବର ୮ମ ବେତନ ଆୟୋଗର ଲାଗୁ ହେବା ତାରିଖ ସହ ଜଡ଼ିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀରେ ୮ମ ବେତ ଆୟୋଗର ଗଠନକୁ ମଞ୍ଜୁରୀ ଦେଇଥିଲେ।

୮ମ ବେତନ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀମାନଙ୍କ ଦରମାରେ ୨.୮୬ର ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ବୃଦ୍ଧି ପାଇପାରେ। ୮ମ ବେତନ ଆୟୋଗ ଗଠନର ଘୋଷଣା ପରେ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉତ୍ସାହର ସହ ଏହାର ଲାଗୁ ହେବାକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ୮ମ ବେତନ ଆୟୋଗ ଲାଗୁ କାରିବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି। କାରଣ ଏକ ବର୍ଷ ପୂର୍ବରୁ ଏହାର ଘୋଷଣା କରାଯାଇଥିଲା। କିନ୍ତୁ, ଏହି କଥାକୁ ଧ୍ୟାନରେ ରଖିବା ଉଚିତ ଯେ; ସରକାର ୮ମ ବେତନ ଆୟୋଗ ପାଇଁ ସନ୍ଦର୍ଭ ସର୍ତ୍ତର ଘୋଷଣା କରିନାହାନ୍ତି।

ଏକ୍ସପର୍ଟଙ୍କ କହିବାନୁଯାୟୀ, ୧ ଫେବୃଆରୀ ୨୦୨୫ରେ ଜାରି କରାଯାଇଥିବା କେନ୍ଦ୍ର ବଜେଟରେ ୮ମ ବେତନ ଆୟୋଗର ଆବଣ୍ଟନ ପାଇଁ କୌଣସି ଦାବି କରାଯାଇନଥିଲା।

ଏହା ବ୍ୟତୀତ, ୭ମ ବେତନ ଆୟୋଗ ଦ୍ୱାରା ୧୦ ବର୍ଷ ପୂରଣ କରିବା ପରେ ହିଁ ୮ମ ବେତନ ଆୟୋଗ ଲାଗୁ ହୋଇପାରିବ। ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ଜାନୁଆରୀ ୨୦୨୬ରେ ୮ମ ବେତନ ଆୟୋଗ ଲାଗୁ ହେବା କଷ୍ଟକର।