ଭିଜିଲାନ୍ସ ଜାଲରେ ଆଉ ଏକ ସରକାରୀ ଅଧିକାରୀ, ଘରେ ଚଢ଼ାଉ କରୁଛି ଟିମ୍

କୋରାପୁଟ ଚମ୍ପିଆ ଜିଆରଏସ ଟୁଲୁ ବିଷୋୟୀଙ୍କ ଘରେ ରେଡ୍

କୋରାପୁଟ: ରାଜ୍ୟରେ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଆଉ ଏକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଥିବା ଜଣାପଡିଛି । ଆଜି କୋରାପୁଟ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ସୂଚନା ମୁତାବକ, କୋରାପୁଟ ବୋରିଗୁମ୍ମା ବ୍ଲକ ଚମ୍ପିଆ ଜିଆରଏସ ଟୁଲୁ ବିଷୋୟୀଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି । ଟୁଲୁ ବିଷୋୟୀଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ ହୋଇଥିବା ଜଣାପଡିଛି । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କାରିଥିବା ସୂଚନା ମିଳିଛି । ତେବେ ରେଡରେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରାଯାଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।