ଏହି ତାରିଖରେ ଚାଷୀମାନଙ୍କୁ ମିଳିବ ବଡ଼ ଖୁସିଖବର, ଏହି କାମ କରିନଥିବା ଲୋକଙ୍କ ଆକାଉଣ୍ଟକୁ ଆସିବନି ଟଙ୍କା

ସରକାର କିଛି କାମ କରିବା ପାଇଁ ପୂର୍ବରୁ ଗାଇଡଲାଇନ ଜାରି କରିଥିଲେ, ଯାହାକୁ ନକଲେ ଚାଷୀଙ୍କୁ ମିଳିବନି PM Kisan ଟଙ୍କା

ନୂଆଦିଲ୍ଲୀ: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଦେଶର କୋଟି କୋଟି ଲୋକ ସରକାରୀ ଯୋଜନାରୁ ଲାଭ ପାଆନ୍ତି । ଦେଶର ଅଧାରୁ ଅଧିକ ଜନସଂଖ୍ୟା କୃଷକମାନଙ୍କ ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି । ସେଥିପାଇଁ ସରକାର ଚାଷୀମାନଙ୍କୁ ବହୁତ ସାହାଯ୍ୟ ମଧ୍ୟ ଦିଅନ୍ତି ।
୨୦୧୯ ମସିହାରେ, ଭାରତ ସରକାର ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ, ସରକାର ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କାର ଆର୍ôଥକ ଲାଭ ଦେଉଛନ୍ତି ।

ଦେଶର କୋଟି କୋଟି ଚାଷୀ ଏହି ଯୋଜନାର ଲାଭ ପାଇଛନ୍ତି । ସରକାର ବର୍ଷକୁ ତିନିଥର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର କିସ୍ତି ପଠାନ୍ତି । ଏପର୍ଯ୍ୟନ୍ତ ଏହି ଯୋଜନାର ୧୮ଟି କିସ୍ତି ଜାରି କରାଯାଇଛି । ଏବେ ଚାଷୀମାନେ ଯୋଜନାର ୧୯ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ଯାହା ଏହି ମାସରେ ମାତ୍ର କିଛି ଦିନ ମଧ୍ୟରେ ଜାରି କରାଯିବ । ଯଦି ଚାଷୀମାନେ ଏହି କାମ ନ କରନ୍ତି, ତେବେ ସେମାନଙ୍କୁ ଏହାର ଲାଭ ମିଳିବ ନାହିଁ ।

ପରବର୍ତ୍ତୀ କିସ୍ତି ଏହି ଦିନ ଜାରି ହେବ :
ଦେଶର କୋଟି କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । କିଷାନ ଯୋଜନାର ପରବର୍ତ୍ତୀ ଅର୍ଥାତ୍ ୧୯ତମ କିସ୍ତି ଫେବୃଆରୀ ମାସରେ ହିଁ ଜାରି କରାଯିବ ।
ଏ ବିଷୟରେ ସୂଚନା ଦେଇ ଦେଶର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜେ କହିଛନ୍ତି ଯେ, କିଷାନ ଯୋଜନାର ୧୯ତମ କିସ୍ତି ଚଳିତ ମାସ ୨୪ ତାରିଖରେ ଜାରି କରାଯିବ । ପ୍ରଧାନମନ୍ତ୍ରୀ ନିଜେ ଏହି କିସ୍ତି ଜାରି କରିବେ । ଏହାର ଅର୍ଥ ହେଉଛି ଚାଷୀମାନେ ଖୁବ୍ ଶୀଘ୍ର କିଛି ଭଲ ଖବର ପାଇବେ । ଦେଶର ୧୩ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୧୯ତମ କିସ୍ତିର ୨୦୦୦ ଟଙ୍କା ପହଞ୍ଚିବ ।

କିସ୍ତି ପୂର୍ବରୁ ଏହି କାମ ଆବଶ୍ୟକ?
ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ନେଉଥିବା ଚାଷୀଙ୍କ ପାଇଁ ସରକାର କିଛି କାର୍ଯ୍ୟ ସମାପ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ସରକାର ଚାଷୀମାନଙ୍କୁ ଇ-କେୱାଇସି କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ଏହା ସତ୍ତେ୍ୱ ଏପରି ଅନେକ ଚାଷୀ ଅଛନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ର-କେୱାଇସି ପ୍ରକ୍ରିୟା କରିନାହାଁନ୍ତି ।

ଏପରି ଚାଷୀମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ କୌଣସି ସମସ୍ୟା ହେବା ପୂର୍ବରୁ ଆପଣଙ୍କର କେୱାଇସି ସମାପ୍ତ କରିବାକୁ ନିଶ୍ଚିତ କରନ୍ତୁ । ଏହା ବ୍ୟତୀତ, ଜମି ଯାଞ୍ଚ କାର୍ଯ୍ୟ ମଧ୍ୟ କରିବା ଆବଶ୍ୟକ । ନଚେତ୍ କିସ୍ତି ଟଙ୍କା ଅଟକି ଯାଇପାରେ ।