ବାଙ୍ଗିରିପୋଷି: ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଛି। ଦୁର୍ଘଟଣାଟି ବିଳମ୍ବିତ ରାତିରେ ହୋଇଥିବା ଜଣାପଡିଛି।
ସୂଚନାନୁଯାୟୀ, ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାତ୍ରା କରୁଥିବା ୨ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତ ୨ ବାଇକ୍ ଆରୋହୀଙ୍କର ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ବାଙ୍ଗିରିପୋଷି ପୋଲିସ ତଦନ୍ତ ଚଳାଇଛି।