ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ। ତେବେ ଅଧିବେଶନ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ହୋଇଥିଲା।
ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ହଙ୍ଗାମା କରିଥିଲେ। ଏଥିସହ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଛି କଂଗ୍ରେସ। ଏହିସବୁ ହଟ୍ଟଗୋଳ ଯୋଗୁଁ ଗୃହ ଦିନ ୧୨ଟା ଯାଏଁ ମୁଲତବି ରହିଛି। ୧ ମିନିଟ ବି ଚାଲି ପାରିଲାନି ଅଧିବେଶନ।