୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ, ପୁଣି ମିଳିଲା ବଡ଼ ସଫଳତା
ଗୋଟେ ପରେ ଗୋଟେ ସଫଳତାର ସିଡ଼ି ଚଢୁଛି ଭାରତ। ପୁଣିଥରେ ମିଳିଲା ବଡ଼ ସଫଳତା। ଏନକାଉଣ୍ଟରରେ ନିହତ ହେଲେ ୪ ମହିଳା ନକ୍ସଲ। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।
ମଧ୍ୟପ୍ରଦେଶ: ପୋଲିସକୁ ବଡ଼ ସଫଳତା। ୪ ଦୁର୍ଦ୍ଧାନ୍ତ ମହିଳା ନକ୍ସଲଙ୍କୁ ଏନକାଉଣ୍ଟର। ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ପୋଲିସ ଓ ନକ୍ସଲ ମଧ୍ୟରେ ହୋଇଥିବା ଏହି ଏନକାଉଣ୍ଟରରେ ଅନେକ ଅତ୍ସଶତ୍ସ ଜବତ। ଏହାଛଡ଼ା ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ଆହତ ହୋଇଥିଲେ ମଧ୍ୟ ଜଙ୍ଗଲ ଭିତରେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି।
ଯାହାକୁ ଖୋଜିବାରେ ଲାଗିଥିଲେ ପୋଲିସର ୧୨ରୁ ଅଧିକ ଟିମ୍। ହେଲେ ସେ ଯାହା ହେଉନା କାହିଁକି ଏନକାଉଣ୍ଟରରେ ୪ଜଣ ହାର୍ଡକୋର ମହିଳା ନକ୍ସଲଙ୍କ ନିହତ ପୋଲିସ ପାଇଁ ଏକ ବଡ଼ ସଫଳତା। ଯାହାପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହି ଏନକାଉଣ୍ଟରଟି ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ରାଉଣ୍ଡା ଜଙ୍ଗଲରେ ହୋଇଥିବା ସୂଚନା।
ନକ୍ସଲଙ୍କ ସନ୍ଧାନ: କହିବାକୁ ଗଲେ ଏହି ରାଉଣ୍ଡା ଜଙ୍ଗଲଟି ହେଉଛି ନକ୍ସଲ ପ୍ରବଣ ଏରିଆ। ପୋଲିସ ଫୋର୍ସର କର୍ମଚାରୀ ରାଉଣ୍ଡା ଜଙ୍ଗଲରେ ନକ୍ସଲମାନଙ୍କ ସନ୍ଧାନରେ ଥିଲେ। ହଠାତ୍ ନକ୍ସଲମାନେ ପୋଲିସ ଟିମ୍ ଉପରେ ଆମ୍ୱୁସ ଲଗାଇ ଗୁଳି ଚଳାଇଥିଲେ। ପରେ ପୋଲିସ ଫୋର୍ସ ମଧ୍ୟ ଏନକାଉଣ୍ଟର ଆରମ୍ଭ କରିଥିଲା।
ଯେଉଁଥିରେ ଅନେକ ନକ୍ସଲ ଆହତ ହୋଇଥିବା ବେଳେ, ୪ଜଣଙ୍କର ଜୀବନ ଯାଇଛି। ଏହି ଏନକାଉଣ୍ଟର ପରେ ନିହତ ନକ୍ସଲଙ୍କଠାରୁ ଗୋଟିଏ INSAS ରାଇଫଲ୍, ଗୋଟିଏ SLR ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ସହିତ ଅନେକ ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଜବତ କରାଯାଇଛି।
ଜଙ୍ଗଲର ଫାଇଦା ଉଠାଇଲେ ନକ୍ସଲ: ଏନକାଉଣ୍ଟର ସମୟରେ ଅନେକ ନକ୍ସଲ ମଧ୍ୟ ଆହତ ହୋଇଥିଲେ। ଯେଉଁମାନେ କି ଘନ ଜଙ୍ଗଲର ସୁଯୋଗ ନେଇ ପଳାଇ ଯାଇଥିଲେ। ଆହତ ନକ୍ସଲଙ୍କୁ ଖୋଜିବା ପାଇଁ ପୋଲିସ ଜଙ୍ଗଲରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ହେଲେ କିଛି ସୁଫଳ ମିଳିଲାନି।
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ଏହି ସଫଳତା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏମପି ପୋଲିସକୁ ଅଭିନନ୍ଦନ ଜଣାଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ, ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଦୂର କରିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି ଏବଂ ଆମ ସରକାର ମଧ୍ୟ ଏହି ଦିଗରେ ଗମ୍ଭୀରତାର ସହିତ କାର୍ଯ୍ୟ କରୁଛି।