ବିବାହ ବାର୍ଷିକୀରେ ସ୍ୱାମୀଙ୍କ ପ୍ରେମିକାଙ୍କୁ ଡାକିଲେ ସ୍ତ୍ରୀ, ସମସ୍ତଙ୍କ ସାମ୍ନାରେ ରୋମାଣ୍ଟିକ୍ ହେଲେ ଏହି ଯୋଡ଼ି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଏମିିତି ଏକ ପ୍ଲାଟଫର୍ମ ଯେଉଁଠି ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ ଆଉ କିଛି ଭିଡିଓ ହୃଦୟକୁ ଛୁଇଁଯାଏ । ସାଧାରଣତଃ ସ୍ତ୍ରୀମାନେ ସ୍ୱାମୀଙ୍କ ପ୍ରେମିକାକୁ ଦେଖିଲେ ସହି ପାରନ୍ତି ନାହିଁ । ଦେଖିଲେ ବି ପ୍ରବଳ ରାଗି ଯାଆନ୍ତି । ମାତ୍ର ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଏଥିରେ ଏକ ନୂଆ ଘଟଣା ଘଟିଛି ।  ବିବାହ ବାର୍ଷିକୀ ଅବସରରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡ ବା ପ୍ରେମିକାଙ୍କୁ ଡାକିଥିଲେ । ଯେତେବେଳେ ଦୁହେଁ ସମସ୍ତଙ୍କ ସାମ୍ନାରେ ରୋମାଣ୍ଟିକ୍ ହୋଇଥିଲେ, ପତ୍ନୀ ତାଙ୍କୁ ଦେଖିବା ପରେ ଖୁସିରେ ତାଳି ମାରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

 

@kapil_parod) ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଭିଡିଓଟି ପୋଷ୍ଟ କରାଯାଇଛି । ନିକଟରେ ଏପରି ଏକ ଅଦ୍ଭୁତ ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ, ଜଣେ ପତ୍ନୀ ମଧ୍ୟ ତାଙ୍କ ବିବାହ ବାର୍ଷିକୀ ପାଳନ କରିବାକୁ  ସ୍ୱାମୀଙ୍କ ଗର୍ଲଫ୍ରେଣ୍ଡକୁ ଆମନ୍ତ୍ରଣ କରିଥିଲେ। ଗର୍ଲଫ୍ରେଣ୍ଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସ୍ୱାମୀ ତାଙ୍କୁ ସମସ୍ତଙ୍କ ଆଗରେ ଆଲିଙ୍ଗନ କରି ଫୁଲ ମଧ୍ୟ ଦେଇଥିଲେ।

ଭିଡିଓରେ ଆପଣ ଦେଖିପାରିବେ ଯେ, ଅନ୍ୟ ଜଣେ ମହିଳା ମଝିରେ ଠିଆ ହୋଇଛନ୍ତି । ସ୍ୱାମୀ ଏବଂ ସ୍ତ୍ରୀ ତାଙ୍କ ବେକରେ ଏକ ଫୁଲମାଳ ଧରି କଥା ହେଉଛନ୍ତି। ସ୍ୱାମୀ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଆଲିଙ୍ଗନ କରୁଛନ୍ତି ଏବଂ ତା’ପରେ ଫୁଲ ମଧ୍ୟ ଉପହାର ଦେଉଛନ୍ତି । ସ୍ୱାମୀଙ୍କ ଏହି କାର୍ଯ୍ୟ ଉପରେ ପତ୍ନୀ କିଛି କୁହନ୍ତି ନାହିଁ ବରଂ ସେ କରତାଳି ମାରୁଛନ୍ତି । ଏହା ଏକ ଅଦ୍ଭୁତ ଭିଡିଓ । ଲୋକମାନେ ଏହାକୁ ଟ୍ରୋଲ କରିବା ସ୍ୱାଭାବିକ ।

ଭିଡିଓରେ ୨ ଲକ୍ଷରୁ ଅଧିକ ଭ୍ୟୁ ଆସିଛି ଏବଂ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି ଯେ, ସ୍ତ୍ରୀ ତାଙ୍କ ବାଟ ଖୋଲୁଛନ୍ତି, ଆଜି ପତ୍ନୀ ସ୍ୱାମୀଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ପରିଚିତ କରିଛନ୍ତି, ଆସନ୍ତାକାଲି ସେ ମଧ୍ୟ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଦାବି କରିବେ। ଜଣେ କହିଛନ୍ତି, ସ୍ତ୍ରୀଙ୍କର ବହୁତ ବଡ ହାର୍ଟ ଅଛି । ଜଣେ କହିଛନ୍ତି କଳିଯୁଗରେ ସତ୍ୟଯୁଗର ସ୍ତ୍ରୀ । ଭିଡିଓଟିକୁ ବହୁତରୁ ବହୁତ ସଂଖ୍ୟାରେ ଶେୟାର ମଧ୍ୟ କରାଯାଉଛି । ସମସ୍ତେ କହୁଛନ୍ତି ସ୍ତ୍ରୀ ହେବ ଏମିତି ।