ହାତ ହରାଇବା ପରେ 38 ବର୍ଷୀୟାଙ୍କ ସହିତ ହେଲା ଚମତ୍କାର, ଶରୀରରେ ଲାଗିଲା ୭୬ ବର୍ଷୀୟା ବୃଦ୍ଧାଙ୍କ…
ମେଡିକାଲ ସାଇନ୍ସର ଚମତ୍କାର । ମହିଳାଙ୍କ ଶରୀରରେ ଯୋଡା ହେଲା ବୃଦ୍ଧାଙ୍କ ହାତ ।
ନୂଆଦିଲ୍ଲୀ: ଫରିଦାବାଦର ଅମୃତା ହସ୍ପିଟାଲର ଡାକ୍ତରମାନଙ୍କର ଚମତ୍କାରିତା । 76 ବର୍ଷୀୟା ବୃଦ୍ଧାଙ୍କର ହାତକୁ ୩୮ ବର୍ଷୀୟା ମହିଳାଙ୍କ ଦେହରେ ଯୋଡିଛନ୍ତି । ଏହି ଅପରେସନ ପାଇଁ ତାଙ୍କୁ 12 ଘଣ୍ଟା ଲାଗିଥିବା ସୂଚନା ମିଳିଛି ।
ଖବର ଅନୁସାରେ, ଏମସ୍ ଋଷିକେଶର 38 ବର୍ଷୀୟା ପିଏଚଡି ଛାତ୍ର ଟ୍ୱିଙ୍କଲ୍ ଡୋଗ୍ରା ପ୍ରାୟ ଦଶ ବର୍ଷ ପୂର୍ବେ ବିଦ୍ୟୁତ୍ ଆଘାତ ଯୋଗୁଁ ତାଙ୍କର ଦୁଇଟି ହାତ ହରାଇଥିଲେ । ତେବେ ଅସ୍ତ୍ରପୋଚାର ସଫଳ ହେବା ପରେ ସେ ବେଶ ଖୁସି ଥିବା କଥା କହିଛନ୍ତି । ମୁଁ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲି ଯେ ମୁଁ କେବେ ମୋର ଦୁଇ ହାତ ଫେରି ପାଇବି ବୋଲି ସେ କହିଛନ୍ତି ।
ଖବର ଅନୁସାରେ, ଜଣେ ୭୬ ବର୍ଷୀୟା ମହିଳା ଦାତାଙ୍କ ଅଙ୍ଗଦାନ ଯୋଗୁଁ କେବଳ ହାତ ନୁହେଁ ବରଂ ମୋଟ ପାଞ୍ଚ ଜଣଙ୍କୁ ନୂତନ ଜୀବନ ମିଳିଛି । ଏହି ସମୟ ମଧ୍ୟରେ ଦୁଇ ହାତ ପ୍ରତିରୋପଣ ବ୍ୟତୀତ, ଡାକ୍ତରମାନେ କିଡନୀ ପ୍ରତିରୋପଣ, ଡବଲ ହେଡ୍ ପ୍ରତିରୋପଣ ଏବଂ ଫୁସଫୁସ ପ୍ରତିରୋପଣ ସମେତ ପାଞ୍ଚଟି ଜଟିଳ ପ୍ରକ୍ରିୟା ସଫଳତାର ସହ କରିଥିଲେ ।
ଏହି ଐତିହାସିକ ଅସ୍ତ୍ରୋପଚାର ପରେ, ଅମୃତା ହସ୍ପିଟାଲ ଦୁଇ ହାତ ପ୍ରତିରୋପଣ କରିବାରେ ଉତ୍ତର ଭାରତର ପ୍ରଥମ ହସ୍ପିଟାଲ ହୋଇଛି । ମୁଁ ଦ୍ବିତୀୟ ଜୀବନ ପାଇଛି ବୋଲି କହିଛନ୍ତି ଟ୍ବିଙ୍କଲ ।