ବଲାଙ୍ଗିର: ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ) କାର୍ଡ କେଳେଙ୍କାରୀରେ ଗିରଫ ହେଲେ ୨ ଜଣ । ଅଭିଯୁକ୍ତ ମହିଳା ଦଲାଲ ରଶ୍ମିତା ବାରିକ ଗିରଫ ।
ରଶ୍ମିତାଙ୍କ ଡ୍ରାଇଭର କରନ ଦାସଙ୍କୁ ମଧ୍ୟ ବାନ୍ଧିଛି ପୋଲିସ । ଉଭୟଙ୍କୁ ଗିରଫ କରିଛି ପୁଇଁତଳା ଥାନା ପୋଲିସ ।
ବିଏସକେୱାଇ କାର୍ଡରେ ରାୟପୁର ରୋଗୀ ଚାଲାଣ କରି ଗିରଫ ହୋଇଛନ୍ତି ଏହି ୨ ଅଭିଯୁକ୍ତ ।
ରୋଗୀ ଚାଲାଣରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିବାବେଳେ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି ।
ବିଜେଡି ସରକାର ଶାସକ କାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଏସକେୱାଇ ଯୋଜନା ଆଣିଥିଲେ । ରାସନକାର୍ଡଧାରୀ ପରିବାରକୁ ଏହି ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିଲା । ଯାହା ଅଧୀନରେ, ପ୍ରତ୍ୟେକ ପରିବାରକୁ ୫ ଲକ୍ଷ୍ୟ ଟଙ୍କାର ଚିକିତ୍ସା ମାଗଣା ମିଳୁଥିଲା ।
ଆସନ୍ତା ମାସରେ ଏହି ସ୍ୱାସ୍ଥ୍ୟ କାର୍ଡ ବନ୍ଦ ହେବାକୁ ଯାଉଛି । ବର୍ତ୍ତମାନର ଭାଜପା ସରକାର ବିଏସକେୱାଇ ବଦଳରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି ।