ଦୁବାଇ: ବିରାଟ କୋହଲିଙ୍କ ନୂଆ କୀର୍ତ୍ତିମାନ । ୧୪ ହଜାର ରନ୍ କ୍ଲବରେ ସାମିଲ ହେଲେ ବିରାଟ । ୨୮୭ ଇଂନିସରେ କଲେ ୧୪ ହଜାର ରନ୍ ।
ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନଙ୍କ ଓଡିଆଇ ବିଶ୍ୱ କ୍ରିକେଟ ମ୍ୟାଚ ରେକର୍ଡକୁ ପଛରେ ପକାଇଛନ୍ତି କୋହଲି ।
୧୪ ହଜାର କ୍ଲବରେ ସାମିଲ ହୋଇଥିବା କୋହଲି ହେଉଛନ୍ତି ତୃତୀୟ ଖେଳାଳି ।
ଦୁବାଇରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଆଜିର ମ୍ୟାଚରେ ରୋହିତ ଆଉଟ ହେବା ପରେ କୋହଲି ମଇଦାନକୁ ଓହ୍ଲାଇଥିଲେ । ୧୪ହଜାର କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ମାତ୍ର ୧୫ ରନର ଆବଶ୍ୟକତା ଥିଲା । ଯାହା ଆଜିର ପାକିସ୍ତାନ ଇଣ୍ଡିଆ ମ୍ୟାଚରେ କୋହଲି ପୂରା କରିଛନ୍ତି ।
ଏ ସୂଚୀରେ ପୂର୍ବରୁ ସଚ୍ଚିନ ଏବଂ କୁମାର ସାଙ୍ଗକାରରା ଥିବାବେଳେ ଏବେ କୋହଲି ହୋଇଛନ୍ତି ସାମିଲ ।
କ୍ଳବରେ ସାମିଲ ହେବା ପାଇଁ ବିରାଟ କୋହଲି ୨୮୭ ଇନିଂଶ୍ ଖେଳିଥିବାବେଳେ ତେନ୍ଦୁଲକର ୩୫୦ ଏବଂ ସାଙ୍ଗାକାରଙ୍କୁ ୪୭୮ ଇନିଂଶ ଖେଳିବାକୁ ପଡିଥିଲା ।