ଅପହରଣର ୩ ଦିନ ପରେ ପୋଖରୀରୁ ମିଳିଲା ନାବାଳିକାର ମୃତଦେହ
ପ୍ରଥମେ ଅପହରଣ। ତାପରେ ଦୁଷ୍କର୍ମ। ଆଉ ଶେଷରେ ପୋଖରୀରେ ମାରି ଫୋପାଡିଦେଲେ। ପରିବାର ଲୋକେ ଆଣିଲେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ।
ବାଲେଶ୍ୱର: ପ୍ରଥମେ ଅପହରଣ। ପରେ ନାବାଳିକାକୁ ଦୁଷ୍କର୍ମ। ଏତିକିରେ ମଣିଷ ରୂପୀ ରାକ୍ଷସଙ୍କର ମନ ଭରିଲାନି ଯେ ଶେଷରେ ହତ୍ୟା କରି ପୋଖରୀରେ ଫୋପାଡିଦେଲେ ନିଷ୍ପାପ ଝିଅଟିକୁ। ଅପହରଣର ୩ ଦିନ ପରେ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର।
ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ। ୩ଦିନ ତଳେ ଅପହରଣ କରାଯାଇଥିବା ଜଣେ ୧୦ ବର୍ଷର ନାବାଳିକାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି। ଦୁଷ୍କର୍ମ ପରେ ଝିଅକୁ ହତ୍ୟା କରି ପୋଖରୀରେ ଫିଙ୍ଗାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅପହରଣ: ଗାଁରେ ଚାଲିଥିଲା ଦଧିନାଚ। ଆଉ ଖୁସିରେ ଦଧିନାଚ ଦେଖିବାକୁ ଘରେ କହି ଗତ ଶୁକ୍ରବାର ପୂର୍ବାହ୍ନରେ ଗାଁକୁ ଚାଲିଯାଇଥିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ ବାଡ଼ୁଲି ଖଜୁରେଶ୍ଵର ନୋଡାଲ୍ ବିଦ୍ୟାଳୟର ପଞ୍ଚମଶ୍ରେଣୀ ଛାତ୍ରୀ ତଥା ବାଡୁଲି ଗ୍ରାମର ନାବାଳିକା ଜଣକ।
ହେଲେ ଦଧିନାଚ ଦେଖିବାକୁ ଘରୁ ବାହାରିଗଲା ସତ। କିନ୍ତୁ ଦଧିନାତ ପାଖରେ ପହଞ୍ଚି ପାରିଲାନି। କି ଘରକୁ ବି ଫେରିଲାନି। ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଦେଲେ।
ହେଲେ ସମୟ ଗଡ଼ି ଚାଲିଲା। କିନ୍ତୁ ଝିଅର ଖୋଜ ଖୋବର ମିଳିଲାନି। ଶେଷରେ ପରିବାର ଲୋକେ ସିମୁଳିଆ ଥାନାରେ ଯାଇ ଝିଅ ନିଖୋଜ ହୋଇଯାଇଥିବା ନେଇ ଅପହରଣ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଥିଲା।
ପୋଖରୀରୁ ମିଳିଲା ମୃତଦେହ: ହେଲେ ଝିଅ ନିଖୋଜ ହେବାର ୩ ଦିନ ପରେ ଗ୍ରାମର ଏକ ପୋଖରୀରେ ଶବ ଭାସୁଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାର ଶବକୁ ପୋଖରୀରୁ ବାହାର କରିଥିଲେ।
ପରେ ଝିଅର ଦେହରେ କ୍ଷତ ଚିହ୍ନ ଥିବା ଦେଖି ପରିବାର ଲୋକେ ଅଭିଯୋଗ କରିଛନ୍ତି କି ତାଙ୍କର ଝିଅକୁ ଦୁଷ୍କର୍ମ କରି କିଏ ମାରି ପୋଖରୀରେ ଫୋପାଡି ଦେଇଛି। ଏହିଭଳି ଏକ ସମ୍ୱେଦନଶୀଳ ଘଟଣାରେ ସବ୍ଇନ୍ସପେକ୍ଟର ସରୋଜ କୁମାର ଦାଶ ତଦନ୍ତ ଦାୟିତ୍ୱରେ ଅଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବା