ଆଜିଠୁ ଚନ୍ଦ୍ର ଯୋଗ ଆରମ୍ଭ, ଏହି ରାଶିଙ୍କର ବଦଳିଯିବ ଭାଗ୍ୟ, ହେବେ ଧନବାନ

ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଆଜିଠୁ ଆରମ୍ଭ ହେଉଛିଚନ୍ଦ୍ର ଯୋଗ। ମାଲାମାଲ ହେବେ ଏହି ରାଶି

ଓଡ଼ିଶା ଭାସ୍କର: ଆଜିଠୁ ଆରମ୍ଭ ହେଉଛି ଚନ୍ଦ୍ର ଯୋଗ। ଏହି ଯୋଗରେ ଅନେକ ରାଶି ହେବେ ଲାଭବାନ। ଆଜି ଫାଲଗୁନ କୃଷ୍ଣ ପକ୍ଷ ତିଥି ଦ୍ୱାଦଶୀ ଏବଂ ମଙ୍ଗଳବାର। ଦ୍ୱାଦଶୀ ତିଥି ଆଜି ଦ୍ୱିପ୍ରହର ୧୨ଟା ୪୮ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ ତ୍ରୟୋଦଶୀ ତିଥି ଲାଗିଯିବ।

ଆଜି ସକାଳ ୮ଟା ୧୬ ମିନିଟରୁ ଆରମ୍ଭ ହୋଇ କାଲି ସକାଳ ୫ଟା ୫୧ ମିନିଟ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ଆଜି ଭୌମ ପ୍ରଦୋଷ ବ୍ରତ କରାଯିବ। ତେବେ ଚନ୍ଦ୍ର ଯୋଗ ଅତ୍ୟନ୍ତ ଲାଭଦାୟକ, ଆସନ୍ତୁ ଜାଣିବା ଆଜିର ରାଶିଫଳ।

ମେଷ: କର୍ମକ୍ଷେତ୍ରରେ ମିଳିବ ସଫଳତା। କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣ ଜମି କିମ୍ବା ନୂଆ ଗାଡ଼ି ଇତ୍ୟାଦି କିଣିବାକୁ ଯୋଜନା କରିପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଆଜି ଆପଣ ସଞ୍ଚୟ ପ୍ରତି ଅଧିକ ଧ୍ୟାନ ଦେବେ । ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ବୃଷ: ଆଜିର ଦିନ ମିଶ୍ରିତ ଏବଂ ଫଳପ୍ରଦ ହେବାକୁ ଯାଉଛି । ଆଜି ଆପଣଙ୍କର ମନ ଖୁସି ରହିବ । ପିଲାଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । କୌଣସି ଶୁଭ ଖବର ପାଇପାରନ୍ତି । ପରିବାରରେ ସୁଖ, ଶାନ୍ତି ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାରୁ ମନ ଅଶାନ୍ତ ରହିବ ।

ମିଥୁନ: ଅବିବାହିତ ବ୍ୟକ୍ତିଙ୍କ ପାଇଁ ଆଜି ସର୍ବୋତ୍ତମ ବିବାହ ପ୍ରସ୍ତାବ ଆସିପାରେ । ପରିବାର ମଧ୍ୟରେ ତିକ୍ତତା ଦେଖାଦେଇପାରେ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟୀମାନଙ୍କୁ ଆଜି କଠିନ ପରିଶ୍ରମ କରିବାକୁ ପଡିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିପାରନ୍ତି ।

କର୍କଟ: ଆଜି ଘରକୁ ବନ୍ଧୁଙ୍କ ଆଗମନ ହେବ । ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ, ହେଲେ ଆଜି କାହାକୁ ଟଙ୍କା ଋଣ ଆକାରରେ ଦିଅନ୍ତୁ ନାହିଁ । ବ୍ୟବସାୟୀଙ୍କ ପାଇଁ ଆଜି ଦିନଟି ସ୍ୱାଭାବିକ ରହିବ । ଆଜି ଆପଣ ପରିବାର ସଦସ୍ୟଙ୍କ ସ୍ନେହ ଏବଂ ସମର୍ଥନ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଉତ୍ତମ ଦିନଟିଏ ।

ସିଂହ: ବ୍ୟବସାୟରେ ଭଲ ଲାଭ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ମନ ଭଲ ରହିବ । ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାର ସମୟ । ମହିଳା ମାନେ କୌଣସି ନୂତନ ଜିନିଷ କିଣି ପାରନ୍ତି । ପିଲାମାନଙ୍କ ସହ ଜଡିତ କୌଣସି କାର୍ଯ୍ୟରେ ଆପଣ ଅବହେଳା କରିବା ଉଚିତ୍ ନୁହେଁ । ଛାତ୍ରମାନଙ୍କ ପାଇଁ ଆଜି ଏକ ଅତ୍ୟନ୍ତ ଅନୁକୂଳ ଦିନ ହେବାକୁ ଯାଉଛି । ଭଲ ଖବର ପାଇପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ଟଙ୍କା ପ୍ରସଙ୍ଗରେ ବହୁତ ସତର୍କ ରୁହନ୍ତୁ ।

କନ୍ୟା: ବନ୍ଧୁଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ । ଗୁପ୍ତଶତ୍ରୁ ବୃଦ୍ଧି ପାଇବେ । ପରିବାର ସହ ସମୟ ଅତିବାହିତ କରିବେ । ପିଲାମାନେ ଜିଦଖୋର୍ ହେବେ । ଭଲ ଖବର ପାଇପାରନ୍ତି । ପରିବାର ସଦସ୍ୟ ମାନଙ୍କ ସହ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାର ସମ୍ଭାବନା ରହିଛି ।

ତୁଳା: ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । କିଛି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ । ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ଦୂର ଯାତ୍ରା କରିବାର ସୁଯୋଗ ରହିଛି । ବ୍ୟବସାୟୀମାନେ ଆଜି ଭଲ ଆର୍ଥିକ ଲାଭ ପାଇପାରନ୍ତି । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ସମ୍ଭବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ବିଛା:ଚାକିରୀ କରୁଥିବା ବ୍ୟକ୍ତି ଦୂରଯାତ୍ରା କରିପାରନ୍ତି । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଅଧିକ ଚାପ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଜୀବନସାଥୀଙ୍କର ସହଯୋଗ ପାଇବେ । ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହି ପାରନ୍ତି ।

ଧନୁ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତିରେ ଦିନଟି ବିତିବ । ରାଜନୀତି କରୁଥିବା ବ୍ୟକ୍ତି ଲାଭରେ ରହିବେ । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଆଜି ଚିନ୍ତାକରି ନିଷ୍ପତ୍ତି ନିଅନ୍ତୁ, ସଠିକ୍ ଫଳାଫଳ ପାଇବେ । ଟଙ୍କା ଦୃଷ୍ଟିରୁ ଦିନଟି ମହଙ୍ଗା ହେବାକୁ ଯାଉଛି । ଭ୍ରମଣ ସୁଖର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ।

ମକର: ଅର୍ଥ ଲାଭ ହେବ । ପାରିବାରିକ ଜୀବନର ଅବସ୍ଥା ସୁଖଦ ହେବ । ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ । ଆଜି ଆପଣଙ୍କୁ ନିଜ ସନ୍ତାନଙ୍କ ଦ୍ୱାରା ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ଉତ୍ତମ ଦିନଟିଏ । ଯଦି ଆପଣ ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ସମସ୍ୟା ଲାଗିରହିବ ।

କୁମ୍ଭ: ମାନସିକ ସ୍ତରରେ ଚିନ୍ତାରେ ରହିବେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଭାବିଚିନ୍ତି ଅନ୍ୟକୁ ପରାମର୍ଶ ଦିଅନ୍ତୁ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ । ପରିବାର ସହ ସମ୍ପର୍କ ଭଲ ରହିବ । ମିଥ୍ୟା କହିବା ଠାରୁ ଦୂରେଇ ରୁହନ୍ତୁ । କାମରେ ଜୀବନସାଥୀଙ୍କର ସହଯୋଗ ପାଇବେ ।

ମୀନ:ବ୍ୟବସାୟୀମାନଙ୍କ ପାଇଁ ଆଜି ଭଲ ଦିନ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଦିନଟି ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ କଟାଇବେ । ଯୋଜନା କରିଥିବା ସମସ୍ତ କାର୍ଯ୍ୟ କରିବା ପାଇଁ ଆଜି ସମୟ ମିଳିଯିବ । ଅର୍ଥ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ନୂଆ ଘର କିଣିବା ପାଇଁ ନିଜ ବନ୍ଧୁଙ୍କଠୁ ପରାମର୍ଶ ନେବେ ।