ChatGPT ଏମିତି ବନେଇଲା CV, ଇଣ୍ଟରଭ୍ୟୁ ପାଇଁ ଆସିଲା ଅସଂଖ୍ୟ କଲ୍
ଚାଟ୍ଜିପିଟି ସାହାଯ୍ୟରେ ଏପରି ସଂଶୋଧନ ହେଲା ଜବ୍ ଆପ୍ଲିକେସନ, ଚାକିରି ପାଇଁ ଆସିଲା ଅସଂଖ୍ୟ କଲ୍
ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସବୁ କ୍ଷେତ୍ରରେ ନିଜର ପ୍ରଭାବ ଦେଖାଇବାରେ ଲାଗିଛି। ଏଥିସହ ଚାକିରି କ୍ଷେତ୍ରରେ ନିଜର ପ୍ରଭାବ ଦେଖାଉଛି ଏବଂ ବର୍ତ୍ତମାନ ଚାକିରି ପାଇବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଉଛି।
ଜଣେ Reddit ୟୁଜର ଦାବି କରିଛନ୍ତି ଯେ, ତାଙ୍କୁ ଚାଟ୍ଜିପିଟି ସାହାଯ୍ୟରେ ଅସଂଖ୍ୟ ଜବ୍ ଇଣ୍ଟଭ୍ୟୁ କଲ୍ ଆସୁଛି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଜବରଦସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।
କେମିତି ଆସିଲା ଇଣ୍ଟରଭ୍ୟୁ ପାଇଁ କଲ୍: ଏହି ୟୁଜର କହିଛନ୍ତି ଯେ, ସେ ନିଜ ରିଜ୍ୟୁମ ଏବଂ ଜବ ଡେସ୍କ୍ରିପ୍ସନକୁ ଚାଟ୍ଜିପିଟିରେ ପକାଇଲେ ଏବଂ ଏଆଇ ସାହାଯ୍ୟରେ ନିଜର ଆପ୍ଲିକେସନକୁ ଚାକିରି ଅନୁସାରେ କଷ୍ଟମାଇଜ୍ଡ କଲେ। ଏହାପରେ ତାଙ୍କୁ ଚାକିରି ପାଇଁ ଇଣ୍ଟରଭ୍ୟୁ କଲ ଆସିବାକୁ ଲାଗିଲା।
ୟୁଜର ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ଏମିତି ମଜା ମଜାରେ ଚାକିରି ପାଇଁ ସିଭି ପଠାଉଥିଲି। ହେଲେ ମୋତେ ଅନେକ ଗୁଡ଼ିଏ ଇଣ୍ଟରଭ୍ୟୁ ପାଇଁ କଲ୍ ଆସୁଛି। ଏଥିସହ କିଛି ନିଯୁକ୍ତିକର୍ତ୍ତା ମୋର ଏହି ସିଭିକୁ ଅଦ୍ଭୁତ ଏବଂ ପ୍ରଭାବଶାଳୀ ବୋଲି ମଧ୍ୟ କହିଛନ୍ତି। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି।