ଚାଷୀଙ୍କର ଜଳିଗଲା ୫ ଲକ୍ଷ ଟଙ୍କାର ନଡ଼ା, ଛତୁ ଚାଷ ପାଇଁ କରିଥିଲେ ଗଦା

ଜଳିଗଲା ୫ ଲକ୍ଷ ଟଙ୍କାର ନଡ଼ା

କାମାକ୍ଷାନଗର: ନିଆଁ ଲାଗି ଜଳିଗଲା ୫ ଲକ୍ଷ ଟଙ୍କା ନଡ଼ା ଗଦା। ଟୁମୁସିଙ୍ଗା ଥାନା ମହୁଲି ଗାଁରେ ନଡ଼ା ଗଦା ଜଳିଯାଇଛି। ଛାଷୀମାନେ ଛତୁ ଚାଷ ପାଇଁ ଗଦା କରି ରଖିଥିଲେ ଏହି ନଡ଼ା।

ସୂଚନାନୁଯାୟୀ, ବିଳମ୍ବିତ ରାତିରେ କେହି ନିଆଁ ଲଗାଇଦେଇଛି ବୋଲି ଅଭିଯୋଗ ରହିଛି। ଏ ନେଇ ତଦନ୍ତ ଜାରି ରହିଛି। ଏତେ ଗୁଡ଼ିଏ ଟଙ୍କାର ନଡ଼ା ଜଳିଯାଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଏହି କ୍ଷତି ପୂରଣ କିଏ ଦେବ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ।