ଭୁବନେଶ୍ୱର: ପୋଖରୀପୁଟ ଡିଏଭି ସ୍କୁଲରେ ଗଣ୍ଡଗୋଳ । ସ୍କୁଲ ପରିସରରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ।
୫ ଜଣ ଛାତ୍ର ଆହତ ହୋଇଥିବା ସୂଚନା । ଆହତ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।
ଛାତ୍ରମାନଙ୍କ ଭିତରେ କେଉଁ କାରଣରୁ ଝଗଡ଼ା ହେଲା ତାହା ଜଣାପଡ଼ି ନାହିଁ । ସ୍କୁଲ କର୍ତ୍ତୃପକ୍ଷ ଘଟଣା ନେଇ ଆଲୋଚନା ଆରମ୍ଭ କରିଥିବାବେଳେ ଏ ସମ୍ପର୍କରେ ଆହତ ପିଲାଙ୍କ ଅଭିଭାବକଙ୍କୁ ଜଣାଇଦିଆଯାଇଛି ।