Breaking: କୁଳପତିଙ୍କୁ ସାଇବର ଠକେଇ, ଆଖିପିଛୁଳାକେ ନେଇଗଲେ ୧୪ ଲକ୍ଷ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ସାଇବର ଠକେଇ, ଆଖିପିଛୁଳାକେ ନେଇଗଲେ ୧୪ ଲକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ କୂଳପତି ସାଇବର ଠକେଇର ଶିକାର ହେଲେ । ଭିସି ପ୍ରଫେସର ଗୀତାଞ୍ଜଳୀ ଦାସଙ୍କୁ ସାଇବର ଠକେଇ ।

ଡିଜିଟାଲ ଆରେଷ୍ଟ ଜରିଆରେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଇଡି ଅଫିସର ପରିଚୟ ଦେଇ ଡିଜିଟାଲ ଆରେଷ୍ଟ କରାଯାଇଥିବା କହିଛନ୍ତି କୁଳପତି ।

ଏ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ଏସ.ପି.ଙ୍କ ସୂଚନା ।

ଇଣ୍ଟରନେଟର ବ୍ୟବହାର ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି, ସାଇବର ଠକେଇ ମାମଲାରେ ମଧ୍ୟ ବୃଦ୍ଧି ଘଟୁଛି । ଏହାକୁ ରୋକିବା ଦିଗରେ ସାଇବର ସେଲର ଗଠନ କରାଯାଇଛି ।
ତେବେ କୁଳପତିଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ସାଇବର ପୋଲିସ ।