Breaking: ଡ. ଚନ୍ଦ୍ରଶେଖର ହୋତା ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ, ଏହି ଦିନରୁ ନେବେ ଦାୟିତ୍ୱ

ଭୁବନେଶ୍ୱର: ଡ. ଚନ୍ଦ୍ରଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀ ନୂତନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଏତଦବ୍ୟତୀତ ଡ. ହୋତା ସଙ୍ଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱରେ ରହିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ତେବେ ୨୮ ତାରିଖରୁ ଓଡିଆ ସାହିତ୍ୟ ଏକାଡେମୀ ସଚିବ ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ ।

ପୋଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ପ୍ରବନ୍ଧ, ରଚନା ଲେଖନୀଠାରୁ ଆରମ୍ଭ କରି ସ୍ତମ୍ଭ ଲେଖାରେ ମଧ୍ୟ ସେ ବେଶ୍ ନିପୁଣ ।

ନିଜ ଲେଖା ପାଇଁ ତାଙ୍କୁ ଗୋକର୍ଣ୍ଣିକା, ମହୁରୀ, ଅଖିଳ ଚନ୍ଦ୍ର, ଇତ୍ୟାଦି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।