ରାୱଲପିଣ୍ଡିରେ ବର୍ଷା ଯୋଗୁ AUS vs SA ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ରଦ୍ଦ
ରଦ୍ଦ ହେଲା AUS vs SA ମ୍ୟାଚ୍ । ଉଭୟ ଦଳର ଖେଳାଳି ନିରାଶ ।
ରାୱଲପିଣ୍ଡି: ପାକିସ୍ତାନ ରାୱଲପିଣ୍ଡିରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ସାଉଥ୍ ଆଫ୍ରିକା ମ୍ୟାଚ୍ ରଦ୍ଦ କରାଯାଇଛି ।
ରାୱଲପିଣ୍ଡିରେ ଜୋର ବର୍ଷା କାରଣରୁ ମ୍ୟାଚ୍ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି । ବର୍ଷା ଯୋଗୁ ଉଭୟ ଦଳ ଟସ୍ ପକାଇବାକୁ ମଧ୍ୟ ସକ୍ଷମ ହୋଇ ନ ଥିଲେ ।
ବର୍ଷା ବନ୍ଦ ହେବା ନେଇ ଏକାଧିକ ଘଣ୍ଟା ଅପେକ୍ଷା କରାଯିବା ପରେ ଶେଷରେ ମ୍ୟାଚକୁ ରଦ୍ଦ କରିବାକୁ ପଡ଼ିଛି । ଚଳିତ ବର୍ଷର ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଉଭୟ ଅଷ୍ଟ୍ରେଲିଆ ଏବଂ ସାଉଥ୍ ଆଫ୍ରିକା ପୂର୍ବ ମ୍ୟାଚଗୁଡ଼ିକ ଜିତିଛନ୍ତି ।
ଆଜିର ମ୍ୟାଚକୁ ନେଇ ଉଭୟ ଟିମ୍ ଦଳର ଖେଳାଳି ଉତ୍ସାହିତ ଥିବାବେଳେ ବର୍ଷା କିନ୍ତୁ ଖେଳକୁ ବିଗାଡ଼ି ଦେଇଛି ।