ଭଦ୍ରକ: ଘରେ ପଶି ୩ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଭଣ୍ଡାରିପୋଖରୀ ରାଜେନ୍ଦ୍ରନଗର ପଞ୍ଚାୟତ ଦେଓପଦା ଗାଁରେ ଘଟିଯାଇଛି ଏ ଅଭାବନୀୟ ଘଟଣା ।
ଘରେ କେହି ପୁରୁଷ ନ ଥିବାବେଳେ ୪ ଦୁର୍ବୃତ୍ତ ପଶି ଶାଶୁ ଓ ବୋହୂଙ୍କୁ ଜାଣିଥିବା ଜଣାପଡ଼ିଛି ।
୪ ଜଣ ଦୁର୍ବୃତ୍ତ ଘରେ ପଶି ଏ କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବଡ ବୋହୂଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।