Breaking: ବର୍ଷକୁ ୨ ଥର ହେବ CBSE ମାଟ୍ରିକ ପରୀକ୍ଷା, ପିଲାଙ୍କ ଚାପ କମାଇବାକୁ ବୋର୍ଡର ନିଷ୍ପତ୍ତି

ଭୁବନେଶ୍ୱର: ସିବିଏସଇ ମାଟ୍ରିକ ପରୀକ୍ଷା ବର୍ଷକୁ ୨ ଥର ହେବ । ପରୀକ୍ଷା ଚାପ କମାଇବାକୁ ଯାଇ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୨୦୨୬ରୁ ୨ ଥର ପରୀକ୍ଷା ପାଇଁ ଅନୁମତି । ସିବିଏସଇ ବୋର୍ଡ ପକ୍ଷରୁ ଦୁଇଥର ପରୀକ୍ଷା ପାଇଁ ଅନୁମତି ମିଳିଛି ।

ଏନଇପି ଆଧାରରେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ । ବର୍ଷକୁ ୨ ଥର ମାଟ୍ରିକ ପରୀକ୍ଷା ହେବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଆଉ ଚିନ୍ତାରେ ରହିବେ ନାହିଁ ।

ପିଲାମାନେ ନିଡର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଓ ଭଲ ପ୍ରଦର୍ଶନ କରିବେ ବୋଲି ବୋର୍ଡ ପକ୍ଷରୁ ଆଶା ରଖାଯାଇଛି ।