FIH Hockey Pro League: Lucky ହେଲା କଳିଙ୍ଗ ଷ୍ଟାଡିୟମ୍… ବିଶ୍ୱର ୧ ନମ୍ବର ହକି ଦଳକୁ ହରେଇଲା ଭାରତୀୟ ଟିମ୍

ଭୁବନେଶ୍ୱର: ଏଫଆଇଏଚ୍ ହକି ପ୍ରୋ ଲିଗ୍ ମ୍ୟାଚ୍ ଜିତିଲା ଭାରତ । ଭାରତୀୟ ମହିଳା ଟିମ୍ ନେଦରଲାଣ୍ଡକୁ ହରାଇଲା ।

ସୁଟଆଉଟରେ ନେଦରଲାଣ୍ଡକୁ ହରାଇଲା ଭାରତ । ୨-୧ ଗୋଲରେ ଭାରତୀୟ ମହିଳା ହକି ଟିମ୍ ବିଜୟୀ ।

କଳିଙ୍ଗ ଷ୍ଟାଡିୟମରେ ଚାଲିଛି ହକି ପ୍ରୋ ଲିଗ୍ ।

ମହିଳା ଦଳ ଜିତିବା ନେଇ ହକି ଇଣ୍ଡିଆ ପକ୍ଷରୁ ପ୍ରତି ଖେଳାଳିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଏଥିସହ ସପୋର୍ଟ ଷ୍ଟାଫଙ୍କୁ ୫୦ ହଜାର ଟଙ୍କା ଦିଆଯିବ ।