ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହାକୁ ଆଗରୁ ସାରିଦିଅନ୍ତୁ , ଯାହା ଦ୍ୱାରା ଯଦି ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଯାଏ ତେବେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ମାର୍ଚ୍ଚରେ ୧୪ ଦିନ ବ୍ୟାଙ୍କ ଛୁଟି ଅଛି ।

ମାର୍ଚ୍ଚ ୨୦୨୫ ଅନେକ ବିଶେଷ ଦିନଗୁଡ଼ିକରେ ପରିପୂର୍ଣ୍ଣ। ଏହି ମାସରେ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଦିନ ଏବଂ ବିଶେଷ ଅବସରରେ ବନ୍ଦ ରହିବ। ଏହି ଛୁଟିଗୁଡ଼ିକରେ ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାର ମଧ୍ୟ ଅନ୍ତର୍ଭୁକ୍ତ ହେବ। ମାର୍ଚ୍ଚ ମାସରେ ଆପଣଙ୍କ ରାଜ୍ୟରେ ବ୍ୟାଙ୍କଗୁଡ଼ିକ କେବେ କେବେ ବନ୍ଦ ରହିବ ଏଠାରେ ଜାଣନ୍ତୁ?

ମାର୍ଚ୍ଚ ୨୦୨୪ ରେ ବ୍ୟାଙ୍କ ଛୁଟିଦିନର ତାଲିକା :-

୫ ମାର୍ଚ୍ଚ ୨୦୨୫- ପଞ୍ଚାୟତିରାଜ ଦିବସ ଅବସରରେ ପଞ୍ଜାବ, ସିକିମ ଏବଂ ଓଡ଼ିଶାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୭ ମାର୍ଚ୍ଚ ୨୦୨୫- ଚାପଚର କୁଟ୍ ଅବସରରେ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୮ ମାର୍ଚ୍ଚ ୨୦୨୫- ମାସର ଦ୍ୱିତୀୟ ଶନିବାର ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୯ ମାର୍ଚ୍ଚ ୨୦୨୫- ରବିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କରେ ସାପ୍ତାହିକ ଛୁଟି ରହିବ।

୧୩ ମାର୍ଚ୍ଚ ୨୦୨୫- ହୋଲିକା ଦହନ ଏବଂ ଆଟୁକାଲ ପୋଙ୍ଗଲା ଅବସରରେ ରାଞ୍ଚି, ଲକ୍ଷ୍ନୌ, କାନପୁର, ଡେରାଡୁନ ଏବଂ ତିରୁବନନ୍ତପୁରମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୪ ମାର୍ଚ୍ଚ ୨୦୨୫- ହୋଲି ଅବସରରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

୧୫ ମାର୍ଚ୍ଚ ୨୦୨୫- ୟାଓସାଙ୍ଗ ଅବସରରେ ବିହାରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୬ ମାର୍ଚ୍ଚ ୨୦୨୫- ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ପାଇଁ ସାପ୍ତାହିକ ଛୁଟି ରହିବ।

୨୨ ମାର୍ଚ୍ଚ ୨୦୨୫- ଏହି ଦିନ ବିହାର ଦିବସ ଯୋଗୁଁ ବିହାରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ।

୨୩ ମାର୍ଚ୍ଚ ୨୦୨୫- ରବିବାର ହୋଇଥିବାରୁ ସମସ୍ତ ବ୍ୟାଙ୍କରେ ସାପ୍ତାହିକ ଛୁଟି ରହିବ।

୨୭ ମାର୍ଚ୍ଚ ୨୦୨୫- ଶବ-ଏ-କଦ୍ର ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୨୮ ମାର୍ଚ୍ଚ ୨୦୨୫- ଜମାତ ଉଲ ବିଦା ଅବସରରେ ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୩୧ ମାର୍ଚ୍ଚ ୨୦୨୫- ରବିବାର ଯୋଗୁଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।