Breaking: ମେଦାନ୍ତରୁ ଭୁବନେଶ୍ୱର ଫେରିଲେ ଅପରାଜିତା, ଘରେ ବନ୍ଧୁ-ପ୍ରିୟଜନଙ୍କ ଭିଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ମହାନ୍ତି । ବିମାନବନ୍ଦରରୁ ସିଧା ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଛନ୍ତି ଅପରାଜିତା ।

ସ୍ୱାମୀଙ୍କୁ ହରାଇ ମେଦାନ୍ତ ହସ୍ପିଟାଲରୁ ଫେରିଲେ ଅପରାଜିତା । ଛାତିରେ କୋହ ଓ ଆଖିରେ ସମୁଦ୍ର ଟାକର ଲୁହକୁ ଚାପି ଧରି ଫେରିଛନ୍ତି ଅପରାଜିତା ।

ଶୋକରେ ଭାଙ୍ଗିପଡ଼ିଛନ୍ତି ସେ । ଶାନ୍ତ୍ୱନା ଜଣାଇବା ପାଇଁ ଘରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ‌ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ  ତାଙ୍କର ପ‌ରଲୋକ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍‌ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା