Breaking: ରାଗରେ ସ୍ତ୍ରୀକୁ ପିଟି-ପିଟି ମାରିଦେଲା ସ୍ୱାମୀ, ଘଟଣାସ୍ଥଳରୁ ସ୍ୱାମୀ ଫେରାର୍

ଦେବଗଡ଼: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ । କୁଣ୍ଢେଇଗୋଳା ଥାନା ଝାରାଡିହି ଗାଁରେ ନିର୍ମମ ହତ୍ୟା ଘଟିଛି ।

ଘଟଣାସ୍ଥଳରୁ ସ୍ୱାମୀ ଫେରାର୍, ହତ୍ୟାକାଣ୍ଡର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ୱାମୀର ମଦ ପିଆନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ନିଶାରେ ଥିବା ସ୍ୱାମୀ ରାଗରେ ସ୍ତ୍ରୀକୁ ମାଡ଼ ମାରିଥିବାବେଳେ ସ୍ତ୍ରୀର ଜୀବନ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ ।

ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣା ଛାନଭିନ୍ ଚଳାଇଛି ।