Breaking: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର, ସନ୍ଧ୍ୟାରେ ଶେଷକୃତ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯିବ ପାର୍ଥିକ ଶରୀର ।

ବାସଭବନରେ ହେବ ଅନ୍ତିମ ଦର୍ଶନ । ବାସଭବନରେ ଉତ୍ତମଙ୍କ ଶେଷଯାତ୍ରା ପାଇଁ କୋକେଇ ବନ୍ଧା ଆରମ୍ଭ ହୋଇଥିବାବେଳେ ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇସାରିଛି ।

ଆଜି ସକାଳୁ ଅପରାଜିତା ମେଦାନ୍ତରୁ ଫେରି ଘରକୁ ଆସିଛନ୍ତି ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଉତ୍ତମଙ୍କ ଅନ୍ତେଷ୍ଠିକ୍ରିୟା ହେବାକୁ ଥିବାବେଳେ ସତ୍ୟନଗର ଶ୍ମଶାନରେ ସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଶେଷ ଦର୍ଶନ ପାଇଁ ଉତ୍ତମଙ୍କ ବାସଭବନରେ ବନ୍ଧୁ ଓ ପ୍ରିୟଜନଙ୍କ ଭିଡ଼ ଦେଖିବାକୁ ମିଳିଛି । ରାସ୍ତାରେ ମଧ୍ୟ ଲୋକ ଗଦା ହୋଇଛନ୍ତି, ଉତ୍ତମଙ୍କ ଶେଷଦର୍ଶନ ପାଇଁ ।