(Video) ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଲା ଡଙ୍ଗା, ଦେଖନ୍ତୁ ଛାତିଥରା ଭିଡିଓ
ଡଙ୍ଗାରେ ୧୮ ରୁ ୨୦ ଜଣ ନାବିକ ରହିଥିବା ବେଳେ ମଝି ସମୁଦ୍ରରେ ଲାଗିଗଲା ନିଆଁ ।
ନୂଆଦିଲ୍ଲୀ: ମୁମ୍ବାଇର ଆଲିବାଗ ନିକଟରେ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଏହି ଘଟଣାଟି ଆଜି ସକାଳେ ଘଟିଛି । ଅଗ୍ନିକାଣ୍ଡରେ ଡଙ୍ଗାଟି 80 ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ି ଯାଇଛି ।
ନିଆଁ ଯୋଗୁଁ ଡଙ୍ଗାରେ ରଖାଯାଇଥିବା ଜାଲ ମଧ୍ୟ ପୋଡ଼ି ଯାଇଛି । ଡଙ୍ଗାରେ ୧୮ ରୁ ୨୦ ଜଣ ନାବିକ ଥିଲେ ବୋଲି କୁହାଯାଉଛି । ସୌଭାଗ୍ୟବଶତଃ, ଡଙ୍ଗାରେ ଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି । ଏହି ଡଙ୍ଗାଟି ସାଖର ଗାଁର ରାକେଶ ମାରୁତି ଗାନଙ୍କର ବୋଲି କୁହାଯାଉଛି। ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଡଙ୍ଗାଟିକୁ କୂଳକୁ ଅଣାଯାଇଥିଲା ଏବଂ ନିଆଁ ଲିଭାଇବା କାମ ଆରମ୍ଭ ହୋଇଥିଲା । ଡଙ୍ଗାରେ ନିଆଁ ଲାଗିବାର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ସମୁଦ୍ର ମଝିରେ ପାଣି ଉପରେ ଭାସୁଥିବା ଡଙ୍ଗାଟି ନିଆଁ ଗୋଲାରେ ପରିଣତ ହୋଇଛି ।
ସମଗ୍ର ଡଙ୍ଗାଟି ଜଳୁଥିବା ଦେଖାଯାଇଛି । ନିଆଁରେ ପୋଡ଼ିଯାଇଥିବା ଡଙ୍ଗାରୁ ଧୂଆଁର ଆସ୍ତରଣ ଦେଖାଯାଇଛି । ଏହି ଭିଡିଓ ଦେଖିଲେ ଡଙ୍ଗାରେ ନିଆଁ କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ବାରି ହୋଇପଡୁଛି ।ଏହା ସୌଭାଗ୍ୟର କଥା ଯେ ଡଙ୍ଗାରେ ଥିବା ସମସ୍ତ ଲୋକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି ।
ଏହି ଘଟଣା ବିଷୟରେ ସୂଚନା ଦେଇ ରାୟଗଡ଼ ଏସ୍ପି କହିଛନ୍ତି ଯେ, ରାୟଗଡ଼ ଜିଲ୍ଲାର ଆଲିବାଗରେ ସମୁଦ୍ର ଉପକୂଳରୁ ୬-୭ ନଟିକାଲ ମାଇଲ ଦୂରରେ ରାକେଶ ଗଣ ନାମକ ଜଣେ ବ୍ୟକ୍ତିଙ୍କ ଏକ ମାଛ ଧରିବା ଡଙ୍ଗାରେ ଭୋର ପ୍ରାୟ ୩-୪ଟାରେ ନିଆଁ ଲାଗିଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଭାରତୀୟ ନୌସେନା ଡଙ୍ଗାର ସମସ୍ତ 18 ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।
#WATCH | Maharashtra: The fishing boat of one Rakesh Gan caught fire 6-7 nautical miles from the coast in Raigad district in In Akshi Alibaug, around 3-4 am. Indian Coast Guard and Indian Navy rescued all 18 crew members from the boat safely: Raigad SP
(Video: Raigad Police) pic.twitter.com/6f4MFm0aQn
— ANI (@ANI) February 28, 2025