ଆଜିଠୁ ହିତାଧିକାରୀଙ୍କ ପାଇଁ ଖୋଲିବ ‘ରାସନ’ ପୋର୍ଟାଲ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ
ଭୁବନେଶ୍ୱର: ରାସନ କାର୍ଡରୁ ବାଦ ପଡିଥିବା ଆବେଦନକାରୀଙ୍କ ପାଇଁ ବଡ଼ ସୁଯୋଗ। ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ। ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଯେଉଁମାନେ ସାମିଲ ହୋଇନଥିଲେ ସେମାନେ ରାସନକାର୍ଡ ପାଇଁ ଆବେଦନ କରିପାରିବେ।
କରାଯିବ ସର୍ଭେ: ଏପର୍ଯ୍ୟନ୍ତ ତାଲିକାରୁ ମୋଟ୍ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁ ରେ ଥିବା ରାସନ କାର୍ଡ କଟିଲାଣି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅତୀତର ତ୍ରୁଟିକୁ ସଂଶୋଧନ କରାଯିବ। ଏ ନେଇ ସଂପୂର୍ଣ୍ଣ ସର୍ଭେ କରାଯିବ। ଯାହା ଦ୍ୱାରା ଅଯୋଗ୍ୟ ପ୍ରବେଶଗୁଡ଼ିକୁ ଦୂର କରାଯାଇ ପାରିବ। ଏହି କାରଣ ପାଇଁ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବ।
ଏହି ମାନଙ୍କର କଟିବ ରାସନ କାର୍ଡ: ଇ-କେୱାଇସି ଯାଞ୍ଚ ମାଧ୍ୟମରେ ତାଲିକାରୁ ମୋଟ ଚାରି ଲକ୍ଷ ବ୍ୟକ୍ତିଙ୍କୁ ବାଦ ଦିଆଯାଇଛି ବୋଲି ମନ୍ତ୍ରି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମୋର ଅନୁରୋଧ ପରେ, କିଛି ଚାକିରିଦାରୀ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି। ଯେଉଁମାନଙ୍କର ପ୍ରକୃତରେ ଭଲ ଆୟ ଅଛି, ସର୍ଭେ କରାଯାଇ ସେମାନଙ୍କୁ ତାଲିକାରୁ ବାଦ ଦିଆଯିବ।
ପୋର୍ଟାଲ ଖୋଲିବାର ଉଦ୍ଦେଶ୍ୟ: ମନ୍ତ୍ରୀ କହିଛନ୍ତି ଯେ, ଶନିବାର ଅର୍ଥାତ ମାର୍ଚ୍ଚ ୧ ତାରିଖରୁ ଆବେଦନକାରୀଙ୍କ ପାଇଁ ଆନଲାଇନ୍ ପୋର୍ଟାଲ ଉବଲବ୍ଧ କରାଯିବ।