ଦୁଷ୍କର୍ମ ମାମଲାରେ ପୁରୁଷଙ୍କୁ ଫସାଇବାର ଟ୍ରେଣ୍ଡ, ମହିଳାଙ୍କ ସବୁ କଥାକୁ ସତ୍ୟ ଭାବିବା ଠିକ୍ ନୁହେଁ: ହାଇକୋର୍ଟ

ମହିଳାଙ୍କ ସବୁ କଥାକୁ ସତ ମାନିବା ସଠିକ୍ ନୁହେଁ, ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ, ଅପରାଧ ମାମଲା, ଖାସକରି ଦୁଷ୍କର୍ମ ମାମଲାରେ ଏହା ମାନିନେବା ଯେ, ଅଭିଯୋଗକାରୀଙ୍କ ସବୁ କଥା ସତ୍ୟ, ତେବେ ଏହା ଭୁଲ ଅଟେ।

କୋର୍ଟ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ସମୟରେ ଏଭଳି ମାମଲାରେ ନିର୍ଦ୍ଦୋଶ ଲୋକଙ୍କୁ ଫସାଇବାର ପ୍ରବୃତ୍ତି ବଢିଯାଇଛି। ବିଚାରପତି ପିଭି କୂହ୍ନିକୃଷ୍ଣାନ ଜଣେ ମହିଳା କର୍ମଚାରୀଙ୍କ ଦ୍ୱାରା ଦୁଷ୍କର୍ମର ଅଭିଯୋଗର ସାମ୍ନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବା ସମୟରେ ଏହି କଥା କହିଛନ୍ତି।

କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ଏହି ଅଭିଯୋଗରେ ଯାଞ୍ଚ କରିନାହିଁ, ଯେଉଁଥିରେ ସେ କହିଥିଲେ ଯେ, ଚାକିରିରୁ ବାହାରିବା ପରେ ମହିଳା ଜଣଙ୍କ ତାଙ୍କୁ ଗାଳି ଦେଇଛନ୍ତି ଏବଂ ଧମକ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ଜଣେ ଅପାରାଧିକ ମାମଲାରେ ଯାଞ୍ଚର ମାନେ କେବଳ ଅଭିଯୁକ୍ତଙ୍କ ଯାଞ୍ଚ ନୁହେଁ। ବରଂ ଅଭିଯୋଗକାରୀଙ୍କର ମଧ୍ୟ ଯାଞ୍ଚ, ହେବା ଆବଶ୍ୟକ। ଏଥିସହ ଅଭିଯୋଗକାରୀଙ୍କ ସବୁ କଥା ସତ୍ୟ ମାନିନେବା ଉଚିତ ନୁହେଁ।

ପୋଲିସ କେବଳ ଅଭିଯୋଗାକରୀଙ୍କ ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଅଭିଯୁକ୍ତଙ୍କ ମାମଲାର ମଧ୍ୟ ଗଭୀରତା ଭାବେ ଜାଣିବା ଆବଶ୍ୟକ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆଜିକାଲି ଏହି ପ୍ରବୃତ୍ତି ହୋଇଗଲାଣି ଯେ, ମହିଳାମାନେ ପୁରୁଷମାନଙ୍କୁ ଦୁଷ୍କର୍ମର ଅଭିଯୋଗ ଲଗାଇ ଫସାଉଛନ୍ତି। ଯଦି ପୋଲିସ ଜଣେ ଯେ, ମହିଳାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ମିଛ ତେବେ ସେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏପରି ଆଇନ ମଧ୍ୟ ରହିଛି।