Breaking: ଟ୍ରେନ୍ ଉପରେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର, ୮୦% ଜଳିଗଲେ

ଟ୍ରେନ ଉପରେ ଜଳିଗଲେ ନାବାଳକ। ଟ୍ରେନ୍ ଉପରେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର। କଟକ ସ୍ଥାନାନ୍ତର।

ପାରାଦୀପ: ପୁଣି ଏକ ଅଘଟଣ। ବାରମ୍ୱାର ଟ୍ରେନରେ ଘଟୁଛି ଦୁର୍ଘଟଣା। ପୂର୍ବରୁ ଏମିତି ଘଟଣା ମଧ୍ୟ ସାମ୍ନାକୁ ଆସିଛି। କି ଟ୍ରେନ ଉପରେ ଚଢ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଲୋକେ। ଠିକ୍ ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।

ଘଟଣା ଘଟିଛି ପାରାଦୀପ ଅଠରବାଙ୍କୀ ରେଲଓ୍ୱେ ଓଭର ବ୍ରିଜ ଉପରେ। ଜଣେ ନାବାଳକ ଟ୍ରେନ ଉପରେ ଜଳି ଯାଇଛନ୍ତି। ସଙ୍ଗେ ସଙ୍ଗେ ପିଲାଟିକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେହେତୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପିଲାଟିର ପାଖାପାଖି ୮୦ ପ୍ରତିଶତ ଜଳିଯାଇଥିଲା।

ତେଣୁ ପିଲାଟିକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ବାରମ୍ୱାର ଏହିଭଳି ଅଘଟଣ ଘଟୁଥିଲେ ସୁଦ୍ଧା ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ହେଲେ ଏହି ନାବାଳକ ଜଣକ ଟ୍ରେନ ଉପରକୁ କିପରି ଆସିଲେ। ଏବଂ କାହିଁକି ଟ୍ରେନ ଉପରେ ଚଢ଼ିଥିଲେ। ତାହା ଏବେଯାଏଁ ଜଣା ପଡିନାହିଁ।